ଦୁଇ ବାଇକ୍ ମୁହାଁ ମୁହିଁ: ଜଣେ ମୃତ

ଦୁର୍ଘଟଣା ଘଟାଇଥିବା ଚାଳକ ଫେରାର୍

ଲାଞ୍ଜିଗଡ: ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡଙ୍ଗାଜୋର ଛକ ନିକଟରେ ଦୁଇ ଗୋଟି ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ସାଂସେ ମାଝୀ(୫୫)ଙ୍କ ମୃତ୍ୟୁ ଘଟିଛି।ଦୁର୍ଘଟଣା ଘଟାଇଥିବା ଚାଳକ ଫେରାର୍ ଥିବା ସୂଚନା ମିଳିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡାଗାଁ ପଞ୍ଚାୟତର ଗାରେଶ ଗାଁର ସାଂସେ ମାଝୀ ଏକ ବାଇକ୍(ଓଡ଼ି୦୮-୨୨୫୫)ଯୋଗେ ବନ୍ଧପାରି ପଞ୍ଚାୟତ ସ୍ଥିତ ଡଙ୍ଗାଜୋର ସାପ୍ତାହିକ ବଜାରକୁ ଆସୁଥିବା ସମୟରେ ଡଙ୍ଗାଜୋର ଛକ ନିକଟରେ ସାମ୍ନା ପଟୁ ବଚକା ଗାଁ ନିକଟସ୍ଥ ଧଅଁଡାଭଟା ଗ୍ରାମର ବାସୁଦେବ ବିଭାର ଅନ୍ୟ ଏକ ବାଇକ୍(ଓଡ଼ି୦୮-୫୨୦୬)ରେ ଧକ୍କା ଦେଇଥିଲା। ଫଳରେ ସାଂସେ ମାଝୀ ଗୁରୁତର ଆହତ ହୋଇଥିଲେ।ବାଇକ୍ ଚାଳକ ସାଂସେଙ୍କୁ ଲାଞ୍ଜିଗଡ ମେଡ଼ିକାଲ ଆଣି ଭର୍ତ୍ତି କରିଥିଲେ।ସାଂସେଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ମେଡ଼ିକାଲ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ବାଇକ୍ ଚାଳକ ମେଡ଼ିକାଲ ନେବା ବଦଳରେ ତାଙ୍କୁ ଗାରେଶ ଗାଁ ଘରେ ଛାଡିଆସିଥିଲେ। ଗତ ରାତିଠାରୁ ସାଂସେଙ୍କ ଅବସ୍ଥା ଗୁରୁତର ହେବାରୁ ଗାଁ ଲୋକେ ତାଙ୍କୁ ଗୁରୁବାର ସକାଳେ ୧୦ ଘଣ୍ଟା ସମୟରେ ବିଶ୍ୱନାଥପୁର ମେଡ଼ିକାଲ ଆଣିଥିଲେ। ଡାକ୍ତର ସାଂସେଙ୍କୁ ଦେଖି ମୃତ ଘୋଷଣା କରିଥିଲେ। ଏନେଇ ଦିନ ୧୧ ଘଣ୍ଟା ସମୟରେ ବିଶ୍ୱନାଥପୁର ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ଘଟଣାର ତଦନ୍ତ କରି ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇ ଥିବା ବାଇକ୍ କୁ ଜବତ କରିବା ସହ ଫେରାର୍ ଥିବା ଚାଳକକୁ ଧରିବା ପାଇଁ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.