ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀରେ ରକ୍ତଦାନ କାର୍ଯ୍ୟକ୍ରମ

କଳାହାଣ୍ଡି, (କ୍ଷମାନିଧି ମହାକୁଡ): ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ସଭାପତି ପୁଷ୍ପେନ୍ଦୁ ସିଂଦେଓ, ଗୃହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସଦସ୍ୟ ସୁଜିତ କୁମାରଙ୍କ ନେତୃତ୍ବରେ ଭବାନୀପାଟଣା ନିର୍ବାଚନମଣ୍ଡଳୀର ଭବାନୀପାଟଣା ରକ୍ତଭଣ୍ଡାରରେ ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ ଏବଂ ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଦାସଙ୍କ ସହଯୋଗରେ ୧୬୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାବେଳେ କେସିଙ୍ଗା ଠାରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ନେତୃତ୍ବରେ ଯୁବଛାତ୍ରଙ୍କ ସହଯୋଗ ଦ୍ବାରା ମୋଟ୍ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ତପନ ପରିଡା, ପ୍ରଦୀପ ଘଡାଇ ତଥା ସମସ୍ତ ରକ୍ତଦାତା, ରକ୍ତଭଣ୍ଡାରର ସମସ୍ତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.