ମା’ କନକଦୁର୍ଗା ନକ୍ଆଉଟ୍ କ୍ରିକେଟ୍ ଉଦଘାଟିତ


ପ୍ରଥମ ମ୍ୟାଚରେ ତ୍ରିଲୋଚନପୁରକୁ ହରାଇ ମାଳିଯୁବାଙ୍ଗ ଦଳ ବିଜୟୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ସ୍ଥିତ ତଲକାଲିମା ଗ୍ରାମର ଖେଳପଡିଆଠାରେ ତଲକାଲିମା ମା’ କନକଦୁର୍ଗା ନକ୍ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ୍ ତ୍ରିଲୋଚନପୁର ଓ ମାଳିଯୁବାଙ୍ଗ ମଧ୍ୟରେ ହୋଇଥିଲା। ତ୍ରିଲୋଚନପୁର ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୨ ଓଭରରେ ୮ ଉଇକେଟ୍ ରେ ୬୫ ରନ କରିଥିବା ବେଳେ ଜବାବରେ ମାଳିଯୁବାଙ୍ଗ ଦଳ ୫ ଓଭର ୪ ଉଇକେଟ୍ ରେ ୬୬ ରନ କରି ବିଜୟୀ ହୋଇଥିଲା।


ଏହି ଉଦଘାଟନୀ ମ୍ୟାଚରେ ବିଜୁଛାତ୍ର ଜିଲ୍ଲା ସମ୍ପାଦକ ପରୀକ୍ଷିତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀ, ବିଜେପୁର ୱାଡ଼ ମେମ୍ବର ଲହରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମ୍ୟାଚରେ ରାଜକିଶୋର ନାଗ ଓ ଚତୃଭୂଜ ନାଏକ ଖେଳ ପରିଚାଳନା କରିଥିବାବେଳେ ରମେଶ ବାଗ ଧାରାବିବାରଣୀ ଓ ନିରାକାର ବାଗ ସ୍କୋର ବୋର୍ଡରେ ସହଯୋଗ କରିଥିଲେ।


କାର୍ଯ୍ୟକ୍ରମରେ ମା’ କନକ ଦୁର୍ଗା ନକଆଉଟ କ୍ରିକେଟ୍ ତୁର୍ଣ୍ଣାମେଣ୍ଟ ତଲକାଲିମା ପକ୍ଷରୁ ଅର୍ଜୁନ ବାଗ, ଭୀମ ନାଏକ, ଗରିଆ ନାଏକ, ଅମିୟ ନାଏକ, ବରୁଣ ନାଏକ ବିକାଶ ନାଏକ, ମଳୟ ନାଏକ, ସୁକାନ୍ତ ନାଏକ, ମେରୁ ମାଝୀ, ପାଇକି ନାଏକ ବାଲି ମାଝୀ
ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ ୨୪ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଆସନ୍ତା ୨୩ ତାରିଖରେ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି କ୍ରିକେଟ୍ କମିଟି ପକ୍ଷରୁ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in