ବିନା ସୂଚନା ଫଳକରେ ଚାଲିଛି କଲଭର୍ଟ କାମ: ଖସିପଡିଲା ବକ୍ସାଇଟ ଟେଙ୍କର, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଦ ଠାରୁ ଛତିକୁଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ପୋଖରିବନ୍ଧ ଛକ ନିକଟରେ ନୂତନ କଲଭର୍ଟ କାମ ବିନା ସୂଚନା ଫଳକରେ ଚାଲିଛି। ଏହି କାର୍ଯ୍ୟ ଚାଲିଥିବା ବେଳେ ଗୁରୁବାର ଦିନ ୧୧ ଘଣ୍ଟା ସମୟରେ ଏକ ବକ୍ସାଇଟ ଟେଙ୍କର କଲଭର୍ଟ ମଧ୍ୟରେ ଖସି ପଡିଥିଲା। ଯାହା ଫଳରେ କଲଭର୍ଟରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।ଏହି ରାସ୍ତା ବିସାଖାପାଟଣା ଠାରୁ ରାୟପୁରକୁ ସଂଯୋଗ କରୁଥିବା ବେଳେ ହଜାର ହଜାର ଭାରିଯାନ ଏହି ରାସ୍ତା ଦେଇ ଯାତାୟତ କରିଥାଏ। ବିନା ଫଳକରେ କଲଭର୍ଟ କାର୍ଯ୍ୟ ଚାଲିଥିବା ଯୋଗୁଁ କୌଣସି ସମୟରେ ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ। ତେଣୁ ଉକ୍ତ ରାସ୍ତାର କଲଭଟ ନିର୍ମାଣ କାର୍ଯ୍ୟରେ ସୂଚନା ଫଳକ ଲଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.