ଅଲେଖ ମହିମା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଜାପିତ: ଖମନପଡା ଚମ୍ପିୟାନ


କଳାହାଣ୍ଡି, (ନିରଞ୍ଜନ ଗଉଡ): ନର୍ଲା ବ୍ଳକ ଅନ୍ତର୍ଗତ ଚିଆଁପଦର ଖେଳ ପଡିଆ ଠାରେ ଅଲେଖ ମହିମା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଜାପିତ ହୋଇଯାଇଛି। ଅଲେଖ ମହିମା ଫୁଟବଲ ଆସୋସିଏସନ୍ ପକ୍ଷରୁ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିଡା ଗୁରୁବାର ଦିନ ଫାଇନାଲ ମ୍ୟାଚ ସହ ସଂପନ୍ନ ହୋଇଛି।

ଫାଇନାଲ ଖେଳ ଖମନପଡା ଓ ଟକର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ହାଫ ଟାଇମ୍ ପୂର୍ବରୁ ଖମନପଡା ୧/୦ ଗୋଲରେ ଆଗୁଆ ଥିବାବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ କେହି କାହାକୁ ଗୋଲ ଦେବାରେ ସକ୍ଷମ ନ ହେବାରୁ ଖମନପଡା ଚମ୍ପିୟାନ ସିଲ୍ ହାତେଇବାରେ ସଫଳ ହୋଇଥିଲା।

ଉଦଜାପନି ଉତ୍ସବରେ ମୁଖ୍ୟଅତିଥି ଭାବେ ବୈଦରାଜ ପବିତ୍ର ଶବର, ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁରେଶ ଭୋଇ, ପ୍ରଫୁଲ୍ଲ ଭୋଇ, ଲକ୍ଷିଧର ମାଝୀ, ବୋଲି ଭାଟି, ଭବିଷ୍ୟତ ଭୋଇ, ରଘୁନାଥ ଦୀପ ପ୍ରମୁଖ ଯୋଗଦେଇ ବିଜେତା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ।

ନରସିଂହ ମାଝୀ ଖେଳ ପରିଚାଳନା କରିଥିବାବେଳେ ମନୋଜ ମାଝୀ ଓ ଉଦ୍ ମାଝୀ ଲାଇନ ମ୍ୟାନ ଦାୟିତ୍ୱ ନିର୍ବାହ କରିଥିଲେ। ଅଲେଖ ମହିମା ଫୁଟବଲ ଆସୋସିଏସନ୍ ର ଆୟୋଜକ କମିଟି ଓମ୍ ପ୍ରକାଶ, ଦ୍ବିଜରାଜ, ରମାକାନ୍ତ , ରତିଲାଲ, ସୁନୀଲ, ସୁଶାନ୍ତ, ଅବନୀ, ଶଙ୍କର, ସୁଶିଲ, ନେପାଳ, ଯେମନ୍ତ, ବିକାଶ, ଚମ୍ପୁ , ବିପିନ, ଆଦିତ୍ଯ ସହଯୋଗ କରିଥିଲେ ।