ପେଙ୍ଗସୁର ନକ୍ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଜାପିତ: ମୂଷାନାଳକୁ ହରାଇ ପଦ୍ମଥପା ଚାମ୍ପିୟନ


ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପେଙ୍ଗସୁର ଖେଳପଡିଆ ଠାରେ ଚାଲିଥିବା ନକ୍ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଗୁରବାର ଦିନ ଉଦଯାପିତ ହୋଇଯାଇଛି। ଉଦଜାପନୀ ମ୍ୟାଚ୍ ପଦ୍ମଥପା ଓ ମୂଷାନାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୂଷାନାଳ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୪ ଓଭର ୩ ବଲରେ ୯୩ ରନ କରି ଅଲଆଉଟ୍ ହୋଇଥିଲେ। ଜବାବରେ ପଦ୍ମଥପା ଦଳ ୮ ଓଭର ୩ ବଲରେ ୫ ଉଇକେଟ୍ ହରାଇ ୯୫ ରନ କରି ବିଜୟୀ ହୋଇଥିଲା।


ଏନେଇ ଆୟୋଜିତ ଉଦଜାପନୀ ଉତ୍ସବରେ ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫାଇନାଲ କ୍ରିଡାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବେନଗାଁ ପଞ୍ଚାୟତ ବିଜେଡି ସଭାପତି ଅଗସ୍ତି ହରିଜନ, ଗୌରାଙ୍ଗ ନାଗ, ହୃଷିକେଶ ମାଝୀ, ରାଜକିଶୋର ନାଗ ଓ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


ଫାଇନାଲ୍ ମ୍ୟାଚରେ ଚନ୍ଦ୍ର ମାଝୀ ଓ ଦୟା ନାଗ ଖେଳ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମରେ ପେଙ୍ଗସୁର ନକ୍ଆଉଟ୍ କ୍ରିକେଟ୍ କମିଟି ପକ୍ଷରୁ ବିକ୍ରମ ମାଝୀ, ହୃଷିକେଶ ମାଝୀ, ନରେଶ ନାଗ, ବିକ୍ରମ ମାଝୀ, ଦିବ୍ୟରଞ୍ଜନ ବାଗ, ନିମୁତ ନାଗ, ଅଂଶୁମାନ ମାଝୀ ବାସୁଦେବ ସାହୁ, ଉପେନ୍ଦ୍ର ମାଝୀ, ନୀଳ ମାଝୀ, ଅଜିତ ମାଝୀ, ଡାକେ ମାଝୀ, ସୁଶାନ୍ତ ମାଝୀ ଶରତ ମାଝୀ, ଚନ୍ଦ୍ର ମାଝୀ ସମେତ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in