ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କୋକସରା, (ହିରଣ୍ୟ ବେହେରା): ଦିନକୁ ଦିନ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ନିଆଁ ଭୟ ଓ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଆଉ ଜଙ୍ଗଲ ଜନ୍ତୁର ହାବୁଡ଼ରେ ପଡୁଛନ୍ତି ସାଧାରଣ ଲୋକେ। ଏମିତି ଏକ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି କୋକସରା ବ୍ଲକ ଖୁରସେଲଗୁଡା ଗ୍ରାମର ୬୩ ବର୍ଷୀୟ ଦାନୀଧର ପାଲି। ସୂଚନା ଅନୁସାରେ ଆଜି ସକାଳୁ ପୋଖରୀକୁ ଯିବା ସମୟରେ ହଠାତ ଭାଲୁ ଆକ୍ରମଣ କରିଥିଲା। ଫଳରେ ଲହୁଲୁହାଣ ହୋଇ ଚିତ୍କାର କରିବାରୁ ଗ୍ରାମ ବାସୀ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଛନ୍ତି। ଆହତଙ୍କ ଅବସ୍ଥା ସ୍ଥିର ଥିବା ଓ ପ୍ରଶାସନ ଦ୍ୱାରା ଯାହା ସହଯୋଗ ହେବ ତାହା ପ୍ରଦାନ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.