ଧବଳେଶ୍ୱର କ୍ରିକେଟ କପ୍ : ଫେବୃୟାରୀ ୯ରେ ଚୂଡ଼ାନ୍ତ ମ୍ୟାଚ

କଳାହାଣ୍ଡି,୩/୨: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମୋହନଗିରୀସ୍ଥିତ ଧବଳେଶ୍ୱର କ୍ରିକେଟ କପର ଚୂଡ଼ାନ୍ତ ପର୍ଯ୍ୟାୟ ମ୍ୟାଚ ଆସନ୍ତା ୯ ତାରିଖ (ଶନିବାର)ରେ ଟିଟିଲାଗଡ଼(ବଲାଙ୍ଗୀର) ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହେବ । ପ୍ରତିବର୍ଷ ଏହି ଅନୁଷ୍ଠାନର ଚୂଡ଼ାନ୍ତ ପର୍ଯ୍ୟାୟର ମ୍ୟାଚ ଦେଖିବାକୁ ହଜାର ହଜାର କ୍ରିକେଟ ପ୍ରେମୀ ଉପସ୍ଥିିତ ରହୁଥିବାବେଳେ ଚଳିତ ବର୍ଷ ଚମ୍ପିଅନ ଦଳକୁ ଟ୍ରଫି ସହ ୫୦ହଜାର ଟଙ୍କା ଓ ରନ୍ସ ଅଫ ଦଳକୁ ଟ୍ରଫି ସହ ନଗଦ ୩୦ହଜାରଟଙ୍କା ପ୍ରଦାନ କରାଯିବା ସହ କିଛି କୃତୀ ପ୍ରତିଭାଙ୍କୁ ସମ୍ମାନୀତ କରାଯିବ ବୋଲି ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀକାନ୍ତ ବେହେରା ସୂଚନା ପ୍ରଦାନ କରିଛନ୍ତି । ।

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.