ମାଁ ଜୟଦୁର୍ଗା କମିଟି ପକ୍ଷରୁ ଗ୍ରାମ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଂଟ ଉଦଘାଟିତ

୪୦ଗୋଟି ଦଳକୁ ନେଇ ପ୍ରତିଯୋଗିତା

ରାୟଗଡା,୩/୨: ରାୟଗଡା ଜିଲ୍ଳା କୋଲନରା ବ୍ଳକ କେଲିଗୁଡା ଗ୍ରାମ ପଂଚାୟତ ଅଧିନସ୍ଥ ପାଇକପଡା ଗ୍ରାମରେ ମାଁ ଜୟଦୁର୍ଗା କମିଟି ପକ୍ଷରୁ ଗ୍ରାମ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଂଟ ରବିବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଥେରୁବାଲିସ୍ଥିତ ଇମ୍ଫା କାରଖାନାର ଲୋକ ସଂପର୍କ ବିଭାଗର ବରିଷ୍ଠ ପ୍ରବନ୍ଧକ ଶକ୍ତିପ୍ରସାଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ କମିଟିର ଏଭଳି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରି ଗ୍ରାମାଂଚଳରେ କ୍ରୀଡାର ବିକାଶ ପାଇଁ ଇମ୍ଫା କମ୍ପାନୀ ସର୍ବଦା ସଚେତନ ରହିଛି ବୋଲି ପ୍ରକାଶ କରିଥିଲେ । କେଲିଗୁଡା ସରପଂଚ ଶ୍ରୀମତି ମିଣିଆକା ବାମିିଣି, ସମିତି ସଭ୍ୟା ଶ୍ରୀମତି ସାଇଲାଡା ଲକ୍ଷ୍ମୀ, କୋଲନରା ବ୍ଳକ ଉପାଧ୍ୟକ୍ଷ ତେଜରାଜ ନାଗ ସମ୍ମାନୀତ ଅତିିଥି ଭାବେ ଯୋଗ ଦେଇଥିଲେ ।

ସେହିପରି ଏମାଲିଗୁଡା, ଦେଓପୁର, ରେଲିପଦର, ଭାତପୁର, ଗାଡିଶେଷଖାଲ, ହୁମେଇଗୁଡା, ପାଇକପଡା, ପୂଜାରୀଗୁଡା, ପୋଲପିଣ୍ଡା, ପାତ୍ରପୁର, ସିଲିପୁଟ, ଗକିରିପାଲି, ଥେରୁବାଲି, ବିରିବାଡଇ, ଶଙ୍କଳପଦର, କନ୍ଧକାତିପାଡୁ, ରେବତୀଗୁଡା, ପଲମା, ବୋରିଗୁଡା, ବୁର୍ଜୁଗୁଡା, ରେଲିବାଡିଗାଁ, ବାଲିଖମାର, ସରାବୁପିତେଶୁ, ଅଡୁଗୁଡା, ଗୋପିକାଙ୍କୁବାଡି, ଟାଲିସାହି, ରାମପୁର, ଖେଦାପଡା, କାର୍ତିକଗୁଡା, ଗେରାପୁଟ, ମାଉଡିଗୁଡା, କର୍ଣ୍ଣପାଡୁ, ବିନିସପୁର, ପୋଙ୍ଗିଲି ଭଳି ଏହି ଗ୍ରାମ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଂଟରେ ୪୦ଗୋଟି ଦଳ ଭାଗ ନେଇଛନ୍ତି । ପ୍ରତିଯୋଗିତାରେ ରେଫରି ଭାବେ ଲାକୁଜି ପ୍ରତାପ ଓ ଏ.ଆଦିନାଇଡୁ ପରିଚାଳନା କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାଇକପଡାର ପ୍ରଭାକର ନନ୍ଦ, ଗଜାନନ ମିଶ୍ର, କଂଜକା ଏକାୟା, ହିମିିରିକା ବେଙ୍କୁ, କୁଲୁସିକା ଯାଣ୍ଡୁ, ସହଦେବ କଂଜକା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ଗୋଲକ ମିଶ୍ର, ନାଚିକା ମୀନା, କଲକା ରାଜି, ହିମିିରିକା ସୁବା ପ୍ରମୁଖ ଏହାକୁ ଆୟୋଜନ କରି ଏହି ପ୍ରତିଯୋଗିତା ଆସନ୍ତା ଫେବୃୟାରୀ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଭଲିବଲ ଟୁର୍ଣ୍ଣାମେଂଟକୁ ଉପଭୋଗ କରିବା ପାଇଁ ଆଖାପାଖ ଅଂଚଳର ଶତାଧିକ ଖେଳପ୍ରେମୀ ଓ ଗ୍ରାମବାସୀମାନଙ୍କୁ ପ୍ରଥମ ଦିନରେ ହିଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ।

ସ୍ବତନ୍ତ୍ର ପ୍ରତିନିଧି ଶିବନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.