ମାଷ୍ଟର ମାଇଣ୍ଡ ବବଲୁର ଘନିଷ୍ଟ ସହଯୋଗୀ ଥିଲା କୃଷ୍ଣ
ବଲାଂଗିର,୩/୨: ସଇଁତଲାରେ ପୁଣି ଏନକାଉଣ୍ଟର । ବବଲୁ ମାହାନନ୍ଦର ଆଉ ଜଣେ ଘନିଷ୍ଟ ସହଯୋଗୀ କୃଷ୍ଣ କଟାକୁ ଏନକାଉଣ୍ଟର କରିଛି ତୁଷରା ପୋଲିସ ।
ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଆଜି (ରବିବାର) ରାତି ୮ ଟା ସମୟରେ କନେକେଲଗାଁ ଛକ ନିକଟରେ କୃଷ୍ଣକୁ ତୁଷରା ପୋଲିସ ଗୋଡାଇ ଗୋଡେଇ ଏନକାଉଣ୍ଟର କରିଛି । ପୋଲିସର ଦୁଇ ରାଉଣ୍ଡ ଗୁଲି ଚାଲନାରେ ଆହତ ଅପରାଧୀ କୃଷ୍ଣକୁ ପ୍ରଥମେ ସଇଁତଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବଲାଂଗିର ଜିଲ୍ଲା ମୂଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଅପରାଧୀ କୃଷ୍ଣ ନୂଆପଡା ଜିଲ୍ଲା ଧରଣିମାଲ ଗାଁର ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
ଏଠାରେ ସୂଚନା ଯୋଗ୍ୟଯେ ସଇଁତଲା ମଦଭାଟିର ତିନି ଲକ୍ଷ ଛଅ ହଜାର ଟଙ୍କା ଲୁଟ , ଦେଓଗାଁ ମଦଭାଟିରୁ ୬ଲକ୍ଷ ଲୁଟ, ବଡ଼ବନ୍ଧ ଆନ୍ଧ୍ରା ବ୍ୟାଙ୍କ ରୁ ଉଣେଇଶ ଲକ୍ଷ ଟଙ୍କା ଲୁଟ ଏବଂ ବିଜେପୁର ବ୍ୟାଙ୍କ ଲୁଟ ଉଦ୍ୟମ ଭଳି ଘଟଣାର ମାଷ୍ଟର ମାଇଣ୍ଡ ବବଲୁ ମହାନନ୍ଦର ସହଯୋଗୀ ଥିଲା କୃଷ୍ଣ । କିଛିଦିନ ତଳେ ବବଲୁକୁ ପ୍ରଥମେ ପୋଲିସ ଏନକାଉଣ୍ଟର କରି ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ କୃଷ୍ଣ ସମେତ ଅନ୍ୟ ଅପରାଧୀ ମାନେ ଫେରାର ଥିଲେ । ଗତ ୨୯ ତାରିଖ ଦିନ ସଇଁତଲା ପୋଲିସ ୮ ଜଣ ଆସାମି ଅଜିତ ବାଗ (୨୬), ରାଜେଶ ବାଗ (୨୪), ଅମିତ ରଣା (୨୨), ଅଶ୍ବୀନି ହରପାଲ (୨୬), ପ୍ରଶାନ୍ତ ନନ୍ଦ(୨୪), ଆର୍ତ୍ତ ଚିନ୍ଦା (୨୪), ଅମରେଶ ପଟ୍ଟନାୟକ (୨୬), ଅଶୋକ ହରପାଲ (୨୬) ଙ୍କୁ ଗିରଫ କରିଥିଲା ବେଳେ ପୋଲିସର ଟାର୍ଗେଟରେ ରହିଆସିଥିଲା କୃଷ୍ଣ କଟା । ଆଜି କୃଷ୍ଣକୁ ଏନକାଉଣ୍ଟର କରିବା ପୋଲିସର ଏକ ବଡ ସଫଲତା ବୋଲି ଜିଲ୍ଲା ସାରା ଚର୍ଚା ଚାଲିଛି ।