ଖାଟୁଶ୍ୟାମ ବାବାଙ୍କ ନିଶାନ ପଦଯାତ୍ରା: ଭକ୍ତିରଶରେ ମଜ୍ଜିଲେ ଶ୍ୟାମ ଭକ୍ତ

ରୁପ୍ରାରୋଡରୁ ଫଲସାପଡା ଦିର୍ଘ ୬କିମି ଧରି ଆୟୋଜିତ ହେଲା ନିଶାନ ଯାତ୍ରା

କଳାହାଣ୍ଡି, (ନିରଞ୍ଜନ ଗଉଡ): ଏକ ଭକ୍ତିମୟ ପରିବେଶ ମଧ୍ୟରେ ଖାଟୁଶ୍ୟାମ ବାବାଙ୍କ ନିଶାନ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରୁ ଫଲସାପଡା ପର୍ଯ୍ୟନ୍ତ ଦିର୍ଘ ୬କିମି ପଥ ଶ୍ୟାମ ବାବାଙ୍କ ଜୟ ଜୟକାର ଧ୍ବନିରେ ପ୍ରକମ୍ପିତ ହୋଇଉଠିଛି। ଏଥିରେ ଧର୍ମଗଡ, ଜୁନାଗଡ଼, କେସିଙ୍ଗା, ଭବାନୀପାଟଣା, ଟିଟିଲାଗଡ଼, ନର୍ଲା, ନର୍ଲାରୋଡ, ରୁପ୍ରାରୋଡ, ଝାରସୁଗୁଡା, ସମ୍ବଲପୁର, ଲଡୁଗା, ମ.ରାମପୁର ଓ ଲାଞ୍ଜିଗଡ଼ର ଶତାଧିକ ମହିଳା, ପୁରୁଷଙ୍କ ସହିତ କୁନି କୁନି ପୁଅଝିଅମାନେ ଯୋଗ ଦେଇଥିଲେ। ସକାଳ ୫ଟାରୁୁ ରୁପ୍ରାରୋଡର ଛୋଟେଲାଲ ଶର୍ମାଙ୍କ ବାସଭବନ ସମ୍ମୁଖରୁ ଏହି ନିଶାନ ପଦଯାତ୍ରା ଆରମ୍ଭ ହୋଇ ବରଗା, ମାଲିପଡା, ଭମରପଡା, ଲାଖଗୁୁୁଡା, ଭୀମକେଲା ଦେଇ ଫଲସାପଡା ଖାଟୁଶ୍ୟାମ ମନ୍ଦିରରେ ପହଞ୍ଚିଥିଲା।


ସେହିଠାରେ କର୍ତ୍ତା ରାଧେଶ୍ୟାମ ଶର୍ମା ଓ ତାଙ୍କ ଧର୍ମପତ୍ନୀ ସୁମିତ୍ରାଙ୍କ ସହ ଶର୍ମା ପରିବାର ଓ ଫଲସାପଡାବାସୀ ସୁସଜ୍ଜିତ ରଥରେେ ବିିରାଜମାନ ଖାଟୁଶ୍ୟାାମ ବାବାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଳା ଓ ଧୂପ ଦୀପ ଦେଇ ମଙ୍ଗଳ ଆଳତୀ କରିଥିଲେ। ଏହି ସୁସଜ୍ଜିତ ରଥରେ ଖାଟୁଶ୍ୟ୍ୟମ ବାବାକୁ ବସାଇ ନଗର ପରିକ୍ରମା କରାଯାଇଥିିିଲା। ରୁପ୍ରାରୋଡର ଶ୍ୟାମଭକ୍ତ ଅଶୋୋକ କମାନି, ମହେଶ ଅଗ୍ରୱାଲ, ସୁରେନ୍ଦ୍ର ଅଗ୍ରୱାଲ, ଶ୍ୟାମସୁନ୍ଦର ଶର୍ମା, ପବନ ଶର୍ମା, କାଲୁ ଶର୍ମା, ସୁନିଲ ଶର୍ମା, ରାଜେଶ ଶର୍ମା, ଲାଲା ଶର୍ମା, ରାମଚନ୍ଦ୍ର ଶର୍ମା, ସୁମିତ ଶର୍ମା, ଭବାନୀ ବାରିକ, ମୁନୁ ବାରିକ, ବଣ୍ଟି ଶର୍ମା, ସୁରେଶ ଶର୍ମାଙ୍କ ସମେତ ଅଞ୍ଚଳର ଶ୍ୟାମ ପରିବାର ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଫଲସାପଡାର ରାଧେଶ୍ୟାମ ଶର୍ମାଙ୍କ ବାସଭବନ ପରିସରସ୍ଥ ମନ୍ଦିରରେ ୧୯୭୪ ମସିହାରୁ ଖାଟୁଶ୍ୟାମ ବାବା ପୂଜିତ ହୋଇ ଆସୁଛନ୍ତି। ପ୍ରତିବର୍ଷ ଏଠାରେ ନିଶାନ ଯାତ୍ରା, ଫାଲଗୁନ ମେଳା ଓ ଭଣ୍ଡାରାର ଆୟୋଜନ କରାଯାଇଥାଏ। ଏହି ସମୟରେ ଭକ୍ତି ଭାବନାରେ ବାନ୍ଧିହୋଇ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ବାବାଙ୍କ ଦରବାରରେ ଉପସ୍ଥିତ ହୋଇଥାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.