ଜେକେ କାଗଜ କଳରେ ସ୍ଥାନୀୟ ପଂଚାୟତିରାଜ ପ୍ରତିନିଧିଙ୍କୁ ନେଇ ସମ୍ମିଳନୀ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଜେକେପୁର ଠାରେ ଥିବା ଜେକେ କାଗଜ କଳ ପରିସରରେ ଆଖପାଖର ୧୦ଟି ପଂଚାୟତର ପଂଚାୟତିରାଜ ପ୍ରତିନିଧିଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଜେକେପୁରର ସ୍ଥାନୀୟ ଶୈଳେଶଚନ୍ଦ୍ର ଜୈନ୍ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ପଂଚାୟତ ସମିତି ଅଧ୍ୟକ୍ଷ ପେଦେଂଟି ରାମୁଲୁ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନବ ସମ୍ବଳ ଓ ସୂଚନା ଏବଂ ଲୋକ ସଂପର୍କ ବିଭାଗର ଜିଏମ ସୁନଦୀପ ପାଣ୍ଡେ ପୈାରାହିତ୍ୟ କରିଥିଲେ । ଜେକେ କାଗଜ କଳ କର୍ତୁପକ୍ଷ ମିଲନ ଲେଙ୍କା ପଂଚାୟତରାଜ ପ୍ରତିନିଧିମାନଙ୍କୁ ସେମାନଙ୍କର ଭୂମିକା ଓ ଦାୟିତ୍ୱ ସଂପର୍କରେ ଅବଗତ କରାଇଥିଲେ । ସେହିପରି ଜେକେ କାଗଜ କଳର ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ ସ୍ୱାଗତ ଭାଷଣ ଦେବା ସହ ଜେକେ କାଗଜ କଳର ସିଏସଆର କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ହରିହର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.