କାଇରିନ୍ସ,୪/୨: ଅଷ୍ଟ୍ରେଲିଆର ଉତ୍ତରପୂର୍ବ ଅଞ୍ଚଳରେ ରାସ୍ତାଘାଟରେ କୁମ୍ଭୀରମାନଙ୍କୁ ଦେଖିବାକୁ ମିଳୁଛି।ପ୍ରବଳ ବନ୍ୟା ଯୋଗୁଁ ଚାରିଆଡେ ପାଣି ମାଡ଼ିଯିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜଳମଗ୍ନ ରାସ୍ତାଘାଟରେ କେତେଗୁଡ଼ିଏ ଲୁଣିପାଣି କୁମ୍ଭୀର ଦେଖା ଦେବାରୁ ଲୋକମାନଙ୍କୁ ବନ୍ୟାପାଣି ମଧ୍ୟକୁ ନ ଯିବାକୁ ପୁଲିସ ତରଫରୁ ସତର୍କ କରାଇ ଦିଆଯାଇଛି।
ଯଦି ପ୍ରବଳ ବର୍ଷା ଲାଗି ରହେ ତେବେ ବନ୍ୟା ଯୋଗୁଁ ପ୍ରାୟ ୨୦ହଜାର ଘର ପ୍ରଭାବିତ ହୋଇପାରେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ବର୍ଷାରେ ଏତେ କ୍ଷୟକ୍ଷତି ସତ୍ତ୍ୱେ ଲୋକେ ଖୁସି ହଉଛନ୍ତି, କାରଣ ଦୀର୍ଘ ଦିନ ଧରି ସେ ଅଞ୍ଚଳରେ ମରୁଡ଼ି ଦେଖାଦେଇଛି।