ଶତାୟୁ ମହିଳାଙ୍କ ପରଲୋକ

କୋକସରା /ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କର୍ମେଲି ଗାଁର ଶତାୟୁ ମହିଳା ଊଷାଦେବୀ ପଣ୍ଡା ଶହେ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୧୯୨୧ ମସିହା ସେପ୍ଟେମ୍ବର ୧୦ ତାରିଖରେ ଜନ୍ମିତ ସ୍ବର୍ଗତା ପଣ୍ଡା ଜଣେ ଧର୍ମ ପରାୟଣ ମହିଳା ଭାବରେ ଅଞ୍ଚଳର ଜନସାଧାରଣଙ୍କ ଦ୍ଵାରା ସମ୍ମାନର ପାତ୍ରୀ ଥିଲେ। ମୃତ୍ୟୁ ସମୟରେ ତାଙ୍କର ପୁଅ ବୋହୂ, ଝିଅ ଜ୍ୱାଇଁ, ନାତି ନାତୁଣୀ ଓ ଆତ୍ମିୟ ସ୍ବଜନ ଉପସ୍ଥିତ ଥିଲେ। ବଡପୁଅ ହିମାଦ୍ରିନାଥ ପଣ୍ଡା ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ସହ ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.