ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କୋକସରା, (ହିରଣ୍ୟ ବେହେରା): କୋକସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଉକ୍ତ ଶିବରରେ ୨୧୪ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମ ପଞ୍ଜୀକୃତ ହୋଇଥିଲା। ୪ ଜଣଙ୍କୁ ଟ୍ରାଇସାଇକେଲ, ୩୩ ଜଣଙ୍କୁ ପେନସନ, ୩୪ଜଣଙ୍କ ନାମ ଗ୍ରାମାଞ୍ଚଳ ଗୃହ ନିର୍ମାଣ, ୨୭ ଜଣଙ୍କୁ ବସ୍‌ ଓ ଟ୍ରେନ୍‌ ପାସ୍‌, ୧୬ ଜଣଙ୍କୁ ବ୍ୟାଙ୍କ ଋଣ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

ଶିବିରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ସୁନୀଲ କୁମାର ପାଢୀ, ଡାକ୍ତର ପ୍ରତାପ ପଟ୍ଟନାୟକ, ଡାକ୍ତର ନିବେଦିତା ସାହୁ ଯୋଗ ଦେଇଥିବାବେଳେ କଳାହାଣ୍ଡି ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପକ୍ଷରୁ ରମେଶ କୁମାର ଜେନା, ସୁଭାଶିଷ ମହାନ୍ତି, କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ମନୀଷା ଦାସ ଉପସ୍ଥିତ ଥିଲେ।କୋକସରା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ତିନୋଟି ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ଓ ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.