ରାୟଗଡ ବ୍ଳକସ୍ତରୀୟ ନିଯୁକ୍ତିଭିତିକ ତାଲିମ ପରାମର୍ଶ ଶିବିର ଅନୁଷ୍ଠିତ

ରାୟଗଡ, (ଶିବ ନାରାୟଣ ଗୈାଡ) : ରାୟଗଡ ଜିଲ୍ଳା ସଦର ବ୍ଳକ କାର୍ଯ୍ୟାଳୟ ପରିସରରେ ରାୟଗଡ ବ୍ଳକ ସ୍ତରୀୟ ନିଯୁକ୍ତିଭିତିକ ତାଲିମ ପରାମର୍ଶ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା , ପିଡି-ଡିଆରଡିଏ ମହେଶ୍ୱର ଚନ୍ଦ୍ର ନାୟକ, ଓରମାସର ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ପାତ୍ର, ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ, ଜିଲ୍ଳା ପରିଷଦ ସଭ୍ୟା ଅମ୍ବିକା ବିଡିକା ଓ ପି.ଗୈାରୀ ଶଙ୍କର, ବିଡିଓ ରାଜେନ୍ଦ୍ର ମାଝି ଏବଂ ଏବିଡିଓ କାହ୍ନୁଚରଣ ନାୟକ ପ୍ରମୁଖ ମଂଚାସୀନ ହୋଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ଶିକ୍ଷିତ ଯୁବକଙ୍କୁ ନିଜର ଜ୍ଞାନ କୈାଶଳ ବୃଦ୍ଧି ପାଇଁ ନିଜ ଆଗ୍ରହ ମୁତାବକ ତାଲିମ ଚୟନ କରିବା ସହ ସ୍ୱାବଲମ୍ବୀ ହେବା ନିମନ୍ତେ ଆହ୍ୱାନ କରିଥିଲେ ।


ରାୟଗଡ ବ୍ଳକର ବିଭିନ୍ନ ଗ୍ରାମ ପଂଚାୟତରୁ ୨୧୮ଜଣ ବେକାର ଯୁବକଯୁବତୀ ଓ ତାଙ୍କ ପିତା,ମାତା ଓ ଅଭିଭାବକ ଯୋଗ ଦେଇ ବିଭିନ୍ନ ରୋଜଗାର ଭିତିକ ତାଲିମ ପ୍ରଦାନକାରୀ ସଂସ୍ଥା ସହ ଆଲୋଚନା କରି ବିଭିନ୍ନ ଜୀବିକା ବିଷୟରେ ଅବଗତ ହୋଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସମାସ୍କ, ଅବିୱେଷ୍ଟ, ବିଦ୍ୟାଭାରତୀ, ବଂଶଧୀର ଓ ଇଲାପଣ୍ଡା ଫାଉଣ୍ଡେସନ୍ ଓ ଅମିନୀସଫ୍ଟ ଆଦି ପାଂଚୋଟି କମି ନିଯୁକ୍ତି ପ୍ରଦାନ ସଂସ୍ଥା ଯୋଗ ଦେଇଥିଲେ । ୭୪ଜଣ ବେକାର ଯୁବକଯୁବତୀ ସେମାନଙ୍କ ଇଚ୍ଛା ମୁତାବକ ଜୀବିକା ତାଲିମ ଚୟନ କରିଥିଲେ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅଜିତ କୁମାର ହୋତା,ପିଏ ଗୋପାଳ ପଣ୍ଡା ଓ ବ୍ଳକ ଜୀବିକା ମିଶନର ବିପିଏମ କମଳିନୀ ପଡିହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସମସ୍ତ ନିର୍ବାହୀ ଅଧିକାରୀ, ଜିଆରଏସ, ଯୋଗାଣ ସହାୟକ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.