ଭିଜିଲାନ୍ସ ଜାଲରେ ସିନାପାଲି ଏଏସଆଇ

ନୂଆପଡା,୪/୧: ଆଜି ନୂଆପଡା ଜିଲ୍ଲା ସିନାପାଲି ଥାନା ଏଏସଆଇ କୃଷ୍ଣ ବଲ୍ଲଭ ଶବର ୭ ହଜାର ଟଙ୍କା ଲାଞ୍ଚ ନେଉ ଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ସିନାପାଲି ଥାନା ଅନ୍ତର୍ଗତ  ବରପଦର ଗାଁର ପୁସ୍ତମ ଛତ୍ରିଆଙ୍କ ପିତାଙ୍କୁ କୌଣସି ଏକ ଅଭିଯୋଗ କ୍ରମେ ସିନାପାଲି ପୋଲିସ ଗତ ୨୦ ତାରିଖରେ ଗିରଫ କରି ଥିଲା । ଉକ୍ତ ଅଭିଯୋଗ କୁ କୋହଳ କରିବା ପାଇଁ ଏଏସଆଇ ଶବର, ପୁସ୍ତମ ଛତ୍ରିଆ ଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ । ଏହି ଟଙ୍କା ନେଉ ଥିବା ସମୟରେ କଳାହାଣ୍ଡି ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ଅଫିସର ମିଳିତ ଭାବରେ ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ଏଏସଆଇ କୃଷ୍ଣ ବଲ୍ଲଭ ଶବର ଙ୍କୁ ଗିରଫ କରି ଥିଲେ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.