ରାମଲୀଳା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ: ଶ୍ରୀ ଶ୍ରୀ ରାମଲୀଳା ସଂସ୍କୃତିକ ପରିଷଦ ନାରାୟଣନଗର ପକ୍ଷରୁ ଚଳିତ ବର୍ଷ ହେବାକୁ ଥିବା ରାମଲୀଳା ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ବୌଦ୍ଧ ବ୍ଲକ ନାରାୟଣନଗର ଜଗନ୍ନାଥ ମଣ୍ଡପ ଠାରେ ସଭାପତି କିଶୋର ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ସଭା ପରିଚାଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଭୋଳଗିରି ସାହୁ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯିବ ବୋଲି ସମସ୍ତ ସଭ୍ୟଙ୍କୁ ଅନୁରୋଧ କରିଥିଲେ। ସରକାରଙ୍କ କୋଭିଡ ନୀତିନିୟମ ମାନି ଏହା ପରିଚାଳିତ ହେବ ବୋଲି ସମସ୍ତ ସଦସ୍ୟ ମତ ପୋଷଣ କରିଥିଲେ। ଯଦି କୋଭିଡ କଟକଣା ଲାଗୁ ହୁଏ ତେବେ ନାଟକ ବନ୍ଦ କରାଯିବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି। ଏହି ବୈଠକରେ ଅନୁଷ୍ଠାନର ସମ୍ପାଦକ ଗୋପାଳ କୃଷ୍ଣ ମେହେର, ପିତାମ୍ବର ମେହେର, ଲୋଚନ ମେହେର, ଡମ୍ବରୁ ମେହେର, ଫକୀର ମେହେର, ନବକିଶୋର ମେହେର, ରାଜକିଶୋର ମେହେର, ହରି ମେହେର, ସହଦେବ ମେହେର, ପ୍ରଫୁଲ ମେହେର, ନେପାଳ ମେହେର, ମହାଦେବ ମେହେର ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ବିଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.