ରାମନାଗୁଡା, (ଦିଲୀପ କୁମାର ପଣ୍ଡା): କରୋନାର ଦ୍ୱିତୀୟ ଲହରୀ ଅତି ଭୟଙ୍କର ଭାବେ ସମଗ୍ର ରାଜ୍ୟରେ ମାଡ଼ି ଆସୁଥିବାରୁ ଲୋକଙ୍କୁ ସଚେତନ କରାଇବା ପାଇଁ ରାମନାଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବ୍ଲକର ଜନଗହଳି ପୂର୍ଣ୍ଣ ଅଂଚଳ ତଥା ସମସ୍ତ ଗ୍ରାମ ପଞ୍ଚାୟତର ସଦର ମହକୁମା ଗୁଡିକରେ ପ୍ରଚାର କରାଯାଇଛି। ପୂର୍ବ ଭଳି ପୁନର୍ବାର ବାଧ୍ୟତାମୂଳକ ଭାବେ ବାହାରକୁ ବାହାରିବା ମାତ୍ରେ ମାସ୍କ ପରିଧାନ କରିବା, ହାତ ବାରମ୍ବାର ଧୋଇବା ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା କରିବା ଏହି ପ୍ରଚାରର ମୁଖ୍ୟ ଲକ୍ଷ୍ୟ ରୂପେ ଉଦ୍ଧିଷ୍ଟ ଥିଲା। ଲୋକ ଯେପରି ଏହି ନିୟମ ଗୁଡିକ ସତର୍କତାର ସହ ମାନି କରୋନା ଦାଉରୁ ନିଜକୁ ମୁକ୍ତ ରଖିବା ସହ ସଠିକ ସମୟରେ ଟୀକା ମଧ୍ୟ ନେବେ ଏଥି ପାଇଁ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରାଯାଇଥିଲା।