ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଉତ୍କଟ ହୋଇପଡିଛି ପାନୀୟ ଜଳ ସମସ୍ୟା

ଶିଘ୍ର ସମାଧାନ ନହେଲେ ହୋଇପାରେ ଆନ୍ଦୋଳନ

ବୌଦ୍ଧ: ଖରାର ତାତି ବଢିବାସହ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ସେଥି ମଧ୍ୟରୁ ଆଡେଣିଗଡ ପଂଚାୟତ ବଦଲା କଲୋନିସାହି ବାରିଙ୍ଗର ଜଳ କଷ୍ଟ ସବୁ ସୀମା ଟପି ଯାଇଛି। ପାନୀୟ ଜଳ ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି ସାଧାରଣ ଜନତା। କଲୋନିସାହିରେ ରହିଛି ୨ଟି ନଳକୂପ ଓ ବାରିଙ୍ଗ ହାଡିସାହିରେ ରହିଛି ଗୋଟିଏ ନଳକୂଅ। ସେଗୁଡିକ ଦୀର୍ଘ ୨ମାସ ହେବ ଅଚଳ ହୋଇ ପଡିଥିବା ବେଳେ ଏଥିପ୍ରତି କାହାର ନଜର ନାହଁ।

Omkar Vasthu
Omkar Vasthu


ଲୋକେ ବାଧ୍ଯ ହୋଇ ନାଳ ମାନଙ୍କରେ ଚୁଆଖୋଳି ପାଣି ଆଣି ରୋଷେଇ କରିବା, ପିଇବା ଆଦି କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ପାଣି ପାଇଁ ଯେତେ ଚିତ୍କାର କଲେ ମଧ୍ୟ ଶୁଣିବା ପାଇଁ କେହି ପ୍ରସ୍ତୁତ ନାହାଁନ୍ତି ବୋଲି ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପୁଣି ଏବର୍ଷ ଜଳସ୍ତର ବହୁ ତଳେ ଥିବାରୁ ଆଗାମି ୩ମାସ କାଳପୁରା ଜଳ ସମସ୍ୟା ଲାଗି ରହିବବୋଲି ହରଭଙ୍ଗା ବ୍ଲକର ବହୁଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ଏଣୁ ୭ଦିନ ଭିତରେ ଯଦି ପାଣିର ବ୍ୟବସ୍ଥା କରାନଗଲେ ବଦଲା ବାରିଙ୍ଗ ଗ୍ରାମବାସୀ ବିଡିଓଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.