ବିଜେପିର ପ୍ରତିଷ୍ଠା ଦିବସ ପାଳନ


ପ୍ରତ୍ୟକ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ଘର ଉପରେ ଉଡିଲା ଦଳୀୟ ପତାକା

ବୌଦ୍ଧ: ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିଜେପିର ପ୍ରତିଷ୍ଠାତାମାନଙ୍କୁ ସ୍ମରଣ କରାଯିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସଭାପତିଙ୍କ ଧର୍ମପତ୍ନୀ ବିୟୋଗରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।


ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରବକ୍ତା ପ୍ରେମାନନ୍ଦ ମିଶ୍ର, ମନୋରଞ୍ଜନ ଦାସ, ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ନମିତା ରାଣୀ ଦାସ, ମଣ୍ଡଳ ସଭାପତି ବ୍ୟମୋକେଶ ମହାପାତ୍ର, ସାଧାରଣ ସଂପାଦକ ସତ୍ୟାନନ୍ଦ ପାଣ୍ଡେ , ତାପସ ପଟ୍ଟନାୟକ, ମହିଳା ମୋର୍ଚ୍ଚା ସଭାପତି ମିନାରାଣୀ ମିଶ୍ର, ଜିଲ୍ଲା ସଂପାଦକ ରତ୍ନମଞ୍ଜରୀ ହୋତା ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବୌଦ୍ଧ ନଗର ମଣ୍ଡଳରେ ନଗର ସଭାପତିଙ୍କ ନେତୃତ୍ୱରେ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।


କଣ୍ଟାମାଳ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଜିଲ୍ଲା ସମ୍ପାଦକ ଚଞ୍ଚଳ ରଣା, ଯଦୁ ବିହାରୀ ବାଘ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଡମ୍ବରୁ ଧର କହଁର, ଜିଲ୍ଲା ଆଇଟି କୋଡ଼ିନେଟର ଦୀପକ ବାରିକ, ମଣ୍ଡଳ ସଭାପତି ପିନାକଧର ରଣା, ପଞ୍ଚମନ ଜଗଦଲା ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହାସହ ବିଭିନ୍ନ ମଣ୍ଡଳରେ ମଣ୍ଡଳ ସଭାପତିମାନେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ବିଜେପିର ଝଣ୍ଡା ଲଗାଇଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in