ରାୟଗଡ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଜେପି ପ୍ରତିଷ୍ଠା ଦିବସ ପାଳିତ


ରାୟଗଡ, (ଶିବ ନାରାୟଣ ଗୈାଡ): ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସକୁ ରାୟଗଡ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ବ୍ୟାପୀ ଧୁମଧାମରେ ପାଳନ କରିଛି । ଏହି ଅବସରରେ ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳଛତ୍ର ଉଦଘାଟନ କରାଯାଇଛି । ରାୟଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ରାୟଗଡ ସହର ରିଙ୍ଗରୋଡ ଠାରେ ଯୁବମୋର୍ଚ୍ଚାର କର୍ମକର୍ତ୍ତା ମାନେ ଜଳଛତ୍ର କରିବା ସହ ଦହି ପଣା ବଣ୍ଟନ କରିଥିଲେ ।


ଏଥିରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା, ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ନିଳାଦ୍ରି ପାତ୍ର, ପ୍ରତାପ ପୁଅଲା, ନଳିନୀ ଜାନି, କେ ଅଶ୍ୱିନୀ, ସାଗର ଲେଙ୍କା, ଗାୟତ୍ରୀ ନାୟକ, ଗୌରୀ, ଶଙ୍କର, ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଗୁଣୁପୁର ଠାରେ ମଧ୍ଯ ଯୁବ ମୋର୍ଚ୍ଚା ତରଫରୁ ଜଳଛତ୍ର କରାଯାଇଛି ।