ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସ୍ମରଣୀକା ଉନ୍ମୋଚନ


‘ମଣିଷ ଭିତରେ ମଣିଷ ହେବା ପାଇଁ ଯିଏ ସବୁବେଳେ ଅନ୍ୟକୁ ମାର୍ଗଦର୍ଶନ କରାଉଥିଲେ ସେ ହେଉଛନ୍ତି ଆନନ୍ଦ ଆଚାର୍ଯ୍ୟ’

କଳାହାଣ୍ଡି, (ହେମନ୍ତ ସାହୁ): ମଣିଷ ପରି ମଣିଷଟିଏ ଥିଲେ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟ । ପାଦରେ ଚାଲି ଚାଲି ନିଜ ଜୀବନକାଳରେ ନିଜେ ଶିକ୍ଷକତା କରୁଥିବା ସ୍ମୁଲ ଗୁଡ଼ିକରେ ପହଂଚିଯାଉଥିଲେ ଏବଂ ନିଷ୍ଠାପର ଭାବରେ ଶିକ୍ଷାଦାନ କରୁଥିଲେ । ଶିକ୍ଷକତା ଯାହାଙ୍କର ବୃତ୍ତିଥିଲା ଏବଂ ମଣିଷ ଭିତରେ ମଣିଷ ହେବା ପାଇଁ ଯିଏ ସବୁବେଳେ ଅନ୍ୟକୁ ମାର୍ଗଦର୍ଶନ କରାଉଥିଲେ ସେ ହେଉଛନ୍ତି ସ୍ୱର୍ଗତ ଅଚାର୍ଯ୍ୟ ବୋଲି ତାଙ୍କରି ସ୍ମରଣୀକା ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁରର ପୂର୍ବତନ ଶିକ୍ଷକ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ଉନ୍ମୋଚିତ ହେଇଯାଇଛି ।


ସ୍ୱର୍ଗତ ଆଚାର୍ଯ୍ୟଙ୍କ ଛାତ୍ର ଲକ୍ଷ୍ମଣ ଷଡ଼ଙ୍ଗୀ ଉପସ୍ଥିତ ରହି ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିବାବେଳେ ନିର୍ମଳ ନାୟକ ତାଙ୍କରି ବିଷୟରେ ଆଲୋକପାତ କରିଥିଲେ । ଏଡି ଅବସରରେ ବେଦପାଠ କରିଥିଲେ କ୍ଷୀରୋଦ ଦାଶକର୍ମୀ । ମଂଚ ପରିଚାଳନା କରିଥିଲେ ହେମନ୍ତ ସାହୁ ।

ତାଙ୍କରି ପୁତ୍ର ଆଇନଜୀବି ସୁବାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଆଇନଜୀବି ହିତେନ୍ଦ୍ର ମହାନ୍ତି, ପୂର୍ବତନ ଶିକ୍ଷକ ଲଳିତ କୁମାର ମହାଲିକ, ଠାକୁର ଚରଣ ସାହୁ ଏବଂ ପରିବାର,ବନ୍ଧୁବର୍ଗ ଉପସ୍ଥିତ ରହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତ ଆଚାର୍ଯ୍ୟ ୯୫ବର୍ଷ ବୟସ ଯାଏଁ ଚଳଚଞ୍ଚଳ ରହିଥିଲେ ଏବଂ ଗତ ମାର୍ଚ୍ଚ୨୭ତାରିଖରେ ତାଙ୍କରି ପରଲୋକ ହେଇଯାଇଛି ।