ଏଥର ଜୁନାଗଡିଆ ନାରା (Visual News)

ଜୁନାଗଡ,୫/୨:

୨୦୧୯ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ତାତି ପରିବେଷକୁ ସେତେ ସରଗରମ କରି ଦେଉଚି । କଳାହାଣ୍ଡିର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଜୁନାଗଡରେ ଦେଖିବାକୁ ମିଳିଛି ଜୁନାଗଡିଆ ନାରାରେ ସଭା। ସାଧାରଣ ଜନତାର ଏକା କଥା ଆମକୁ ଜୁନାଗଡିଆ ନେତା ହିଁ ଦରକାର । ବାହାର ପ୍ରାର୍ଥୀକୁ ପ୍ରଶୟ ଦିଆଜିବନାହିଁ ।

ଜୁନାଗଡର ବରିଷ୍ଠ ଆଇନଜିବୀ, ସମାଜସେେବୀ ତଥା ଯୁୂବ ନେତୃତ୍ବ ହିମାଂଶୁ ଶେଖର ବରlଡ ଙ୍କ ନେତୃତ୍ୱରେ ବିଶେଶ୍ୱର ମଂଦିର ପଡିଆରେ ‘ମୋ ଶୁଭେଚ୍ଛା ସଭା ‘ ଆୟୋଜିତ ହୋଇଯାଇଛି । ଏଥିରେ ନିର୍ବାଚନ ମଣ୍ଡଳୀର ବହୁ ପୁରୁଖା ନେତା, ବୁଦ୍ଧିଜିବୀ, ଓକିଲ ସଂଘ, ସାମ୍ବାଦିକ ସଂଘ, ନିର୍ବାଚିତ ବହୁ ଜନ ପ୍ରତିନିଧୀ, ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସମେତ
ଜୁନାଗଡ଼ ସହରର ଦୁଇ ହଜାରରୁ ଉର୍ଧ ଜନତା ଯୋଗଦେଇ ସ୍ଥାନୀୟ ପ୍ରାର୍ଥିତ ସ୍ଥାନୀୟ ପ୍ରାଥିତ୍ବ ଉପରେ ଗୁରୁତ୍ବାରୋପ କରିବା ସହ ଜୁନାଗଡ଼ର ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ହିଁ ଜେକୋଣସି ଦଳରୁ ଟିକଟ ଦିଆଯାଉ ବୋଲି ଦାବି ଉପସ୍ଥାପନା କରିଥିଲେ ।

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.