ବଡମାଲରେ ବାଘ ମୃତ (Visual News)

ସଇଁତଲା/ବଲାଂଗିର,୫/୨:

ବଡମାଲ ଗୋଳାବାରୁଦ କାରଖାନା ପରିଷରରେ ଆଜି ଏକ କଲରାପତରିଆ ବାଘର ମୃତ ଦେହ ଠାବ ହୋଇଛି । ବାରହା ଫାସରେ ପଡି ବାଘଟି ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟଯେ କିଛି ଦିନ ତଳେ କାରଖାନାର ୱାଇ ପଏଣ୍ଟରେ ଏକ କଲରାପତରିଆ ବାଘ ବିଚରଣ କରୁଥିବା ଦେଖା ଯାଇଥିଲା । ଆଜି ଏଠାରେ ବାଘ ମୃତ୍ୟୁକୁ ନେଇ ଅଞ୍ଚଳର ସାଧାରଣ ଜନତା ଦୂଃଖ ପ୍ରକାଶ କରିବାସହ ଏହା ଏକ ନିନ୍ଦନିୟ ଘଟଣା ବୋଲି ମତ ପ୍ରକାଶ କରିଛନ୍ତି । ବାଘ ମୃତ୍ୟୁକୁ ନେଇ ଅଞ୍ଚଳରେ ଚର୍ଚା ଆଲୋଚନା ଆରମ୍ଭ ହୋଇ ଯାଇଥିବାବେଳେ ବନ୍ୟ ଜନ୍ତୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବଲାଂଗିର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ଯୋଶୀଙ୍କ ସହ ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.