ଆସିକା ସାଂସଦ ଲଡୁ କିଶୋରଙ୍କ ପରଲୋକ

ଭୁବନେଶ୍ବର,୬/୧: ବିଜେଡିର ବରିଷ୍ଠ ନେତା ତଥା ଆସିକା ଲୋକସଭା ସାଂସଦ ଲଡ଼ୁ କିଶୋର ସ୍ବାଇଁଙ୍କ  ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଗତକାଲି ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଲବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଆଜି କବିସୂର୍ଯ୍ୟନଗରରେ ତାଙ୍କର  ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣା ପଡିଛି ।

୧୯୪୭ ଜୁଲାଇ ୮ତାରିଖରେ କବିସୂର୍ଯ୍ୟନଗରରେ ଜନ୍ମଗ୍ରହଣ କରିଥିଲେ ଲଡ଼ୁକିଶୋର। ପୂର୍ବରୁ ବିଧାୟକ ସେ ୨୦୧୪ ମସିହାରେ ଆସିକା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।  ତାଙ୍କର ଅକାଳ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଡ଼ୁକିଶୋରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ସେ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.