ଚୌକିଦାର ଚୋର ଓ ନବୀନ ପଟ୍ଟନାୟକ ରିମୋଟ କଣ୍ଟ୍ରୋଲର୍ – ରାହୁଲ

କଳାହାଣ୍ଡିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନ୍ୟୁନତମ ରୋଜଗାର ଯୋଜନା ନେଇ ଆସିବ କଂଗ୍ରେସ

କଳାହାଣ୍ଡି,୬/୨: ଆଜି ଭବାନୀପାଟଣାର ବିଶାଳ ସାଧାରଣ ସଭାରେ ଉପସ୍ଥିତ ଜନ ସମୁଦାୟ, କଂଗ୍ରେସ ନେତା ଓ କର୍ମିଙ୍କୁ ସମ୍ଭୋଧିତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଥମେ ରାହୁଲ ଏହି ମାଟିର ବରପୂତ୍ର ରେଣ୍ଡୋ ମାଝୀଙ୍କ ସମେତ ଲକ୍ଷ୍ମଣ ନାଏକ ପ୍ରମୂଖଙ୍କୁ ମନେ ପକାଇବା ସହ ସେମାନଙ୍କ ଅବଦାନକୁ ସ୍ମରଣ କରିଥିଲେ ।
ଏହି ମାଟି ସହ ତାଙ୍କର ଭାବଗତ ସଂପର୍କ ରହିଛି । ଏହି ମାଟିକୁ ମୁଁ ରାଜନେତା ଭାବରେ ନୁହେଁ ପରିବାରର ସଦସ୍ୟ ଭାବରେ ଆସିଛି । ସ୍ବର୍ଗତ ଇନ୍ଦିରା ଗାନ୍ଧୀ, ରାହୁଲ ଗାନ୍ଧୀ ଙ୍କ ସହ ସୋନିଆ ଗାନ୍ଧୀ ଏହି ମାଟି ପାଇଁ ସମର୍ପିତ ହୋଇ ଆସିଛନ୍ତି । ଆଦିବାସୀଙ୍କ ଜଙ୍ଗଲ, ଜମି ସହ ନିୟମଗିରି ଲଢେଇରେ ସାଥ ଦେଇ ଆସିଛି କଂଗ୍ରେସ । ମନରେଗା ଠାରୁ ବଡ ଯୋଜନା ନେଇକରି ଆସିବ କଂଗ୍ରେସ ବୋଲି ରାହୁଲ ମତବ୍ୟକ୍ତ କରିଥିଲେ ।

ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଜୋର୍ ବର୍ଷିଥିଲେ ରାହୁଲ । ଉପା ସରକାରର ବହୁତ ଯୋଜନାକୁ ଚୋରି କରିଛି ବିଜେପି । ବିଜେପି ଓ ନବୀନ ପଟ୍ଟନାୟକ ଚାଷୀଙ୍କ ଋଣ ଛାଡ କରି ପାରିବେନାହିଁ । ଆଗକୁ ରାହୁଲ କହିଲେ ଚୌକିଦାର ଚୋର ଓ ନବୀନ ରିମୋଟ କଂଟ୍ରୋଲ । କେନ୍ଦ୍ରର ଚୌକିଦାରର  ଇଙ୍ଗିତରେ କାମ କରୁଛନ୍ତି ନବୀନ ବୋଲି କହିଛନ୍ତି ରାହୁଲ । ରାହୁଲଙ୍କ ଚୌକିଦାର ଶବ୍ଦ ନରେନ୍ଦ୍ର ମୋଦୀଙ୍କ ପ୍ରତି ପ୍ରୟୋଗ ହୋଇଥିଲା ।

ରାହୁଲଙ୍କ ଏହି ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ୯ ଗୋଟି ଜିଲ୍ଲାରୁ ଲକ୍ଷାଧିକ ଲୋକଙ୍କ ଉପସ୍ଥିତିରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପେଡ଼ି ଖୋଲିଛନ୍ତି ରାହୁଲ ।ଚାଷୀଙ୍କୁ କୃଷି ଋଣ ଛାଡ, ନ୍ୟୁନତମ ନିଶ୍ଚିତ ରୋଜଗାର ଯୋଜନା, ମହିଳା, ଆଦିବାସୀ ଓ ଦଳିତଙ୍କ ଉନ୍ନତି ଆଦି ନିର୍ବାଚନୀ ଘୋଷଣାର ପ୍ରମୂଖ ଅଂଶ ଥିଲା ।

୨୦୧୯ ନିର୍ବାଚନ ପରିପ୍ରେକ୍ଷିରେ ରାହୁଲଙ୍କ ମନ୍ତ୍ର କଂଗ୍ରେସ ନେତା ଓ କର୍ମୀଙ୍କ ମନରେ ନବ ଜାଗରଣର ବୀଜ ବପନ କରିଥିବା ପରି ପ୍ରତ୍ୟୟମାନ ହେଉଛି । ରାହୁଲଙ୍କ ଗସ୍ତ କଳାହାଣ୍ଡି କଂଗ୍ରେସ ପାଇଁ ନବଜୀବନ ଆଣିଦେବା ସହ ସାଧାରଣ ନିର୍ବାଚନରେ ଦଳ ପାଇଁ ଶୁଭଙ୍କର ହେବ ବୋଲି ରାଜନୈତିକ ସମିକ୍ଷକ ମାନେ ଆକଳନ କରୁଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ସଞ୍ଜୟ ଧଙ୍ଗଡାମାଝୀଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.