କୁମାରିତ୍ବ ପରିକ୍ଷା ପ୍ରଥାକୁ ଦଣ୍ଡନୀୟ ଅପରାଧ ଘୋଷଣା କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ,୭/୨: ମହାରାଷ୍ଟର କେତେକ ସଂପ୍ରଦାୟ ନବବିବାହିତା ମହିଳା ମାନଙ୍କ କୁମାରିତ୍ବ ପରିକ୍ଷା କରାଇଥାନ୍ତି । ବିବାହ ପୂର୍ବରୁ ସେ କୁମାରୀ ଥିଲେ ବୋଲି ପ୍ରମାଣ ଦେବାକୁ ପଡେ ନବ ବଧୁକୁ । ନବବିବାହିତା ମହିଳାମାନଙ୍କର କୁମାରୀତ୍ୱ ପରୀକ୍ଷା କରାଇବା ପ୍ରଥାକୁ ଖୁବ୍‌ ଶୀଘ୍ର ଦଣ୍ଡନୀୟ ଅପରାଧ ଭାବେ ଘୋଷଣା କରିବାକୁ ଯାଉଛନ୍ତି ମହାରାଷ୍ଟ୍ର ସରକାର ।

ରାଜ୍ୟ ଗୃହମନ୍ତ୍ରୀ ରଞ୍ଜିତ ପାଟିଲ ଏ ସଂକ୍ରାନ୍ତରେ କେତେକ ସାମାଜିକ ସଂଗଠନର ପ୍ରତିନିଧିଙ୍କ ସହ ସାକ୍ଷାତ କରିଥିଲେ। ଶିବସେନା ମୁଖପାତ୍ର ନୀଲମ‌ ଗୋରେ ମଧ୍ୟ ଏହି ପ୍ରତିନିଧି ଦଳରେ ସାମିଲ ହୋଇଥିଲେ।

କୁମାରୀତ୍ୱ ପରୀକ୍ଷାକୁ ଏକ ପ୍ରକାରର ଯୌନ ଉତ୍ପୀଡ଼ ଭାବେ ବିବେଚନା କରାଯିବ। ଆଇନ ଓ ବିଚାର ବିଭାଗ ସହ ପରାମର୍ଶ କରିବା ପରେ ଏହାକୁ ଦଣ୍ଡନୀୟ ଅପରାଧ ଘୋଷଣା କରି ଏକ ସର୍କୁଲାର‌ ଜାରି କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.