ବିବାଦରେ ଫିଲ୍ମ କେଦାରନାଥ, ଦେଖନ୍ତୁ ଟ୍ରେଲର୍


ଡିସେମ୍ବର ୭ରେ ରିଲିଜ୍ ହେବାକୁ ଥିବା ଫିଲ୍ମ କେଦାରନାଥ ଏବେ ରିଲିଜ୍ ପୂର୍ବରୁ ବିବାଦରେ । ସଦ୍ୟ ପ୍ରାପ୍ତ ଖବର ଅନୁଯାୟୀ ଉତ୍ତରାଖଣ୍ଡର ବିଜେପି ମିଡିଆ ସେଲ୍ ପକ୍ଷରୁ ଉକ୍ତ ଫିଲ୍ମର ରିଲିଜକୁ ନେଇ ଆପତ୍ତି ଉଠାଯାଇଛି । ବିଜେପି ମିଡିଆ ସେଲର ସଦସ୍ୟ ଅଜେନ୍ଦ୍ର ଅଜୟ କେଦାରନାଥ ଫିଲ୍ମକୁ ବେନ୍ କରିବା ପାଇଁ ସିବିଏଫସିକୁ ପତ୍ର ଲେଖି ଜଣାଇଛନ୍ତି ।

ସେ ତାଙ୍କ ପତ୍ର ଜରିଆରେ ଜଣାଇଛନ୍ତି ଯେ, ଫିଲ୍ମ ନିର୍ମାତା ଉକ୍ତ ସିନେମା ଜରିଆରେ ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଛନ୍ତି । ହିନ୍ଦୁମାନଙ୍କ ଭାବନା ପ୍ରତି ଏହା କୁଠାରଘାତ ସଦୃଶ । ଏଣୁ ଉକ୍ତ ଫିଲ୍ମକୁ ବେନ୍ କରିବା ପାଇଁ ନିବେଦନ କରିଛନ୍ତି । ଅନ୍ୟଥା ଫିଲ୍ମ ରିଲିଜ୍ କରାଗଲେ ତୀବ୍ର ବିରୋଧ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ଏହି ଫିଲ୍ମର ଟିଜର୍ ରିଲିଜ୍ ସମୟରେ ମଧ୍ୟ କେଦାରନାଥ ତୀର୍ଥର ପୁରୋହିତମାନେ ତୀବ୍ର ବିରୋଧ କରିଥିଲେ । ଏପରିକି କେଦାରନାଥରେ ଫିଲ୍ମର ଗୀତ ସୁଟିଂ ଚାଲିଥିବା ବେଳେ ଫିଲ୍ମ ନିର୍ମାତା ବିରୋଧର ସମ୍ମୁଖୀନ ହୋଇଥିଲେ ।

ଏହାବାଦ୍ ଫିଲ୍ମର ପୋଷ୍ଟର୍ ଏବଂ ବୋଲ୍ଡ ସିନ୍, ଫିଲ୍ମର ଟେଗ୍ ଲାଇନକୁ ନେଇ ମଧ୍ୟ ବିରୋଧ କରାଯାଉଛି । ତେଣୁ ଆଗକୁ ଫିଲ୍ମର ଭବିଷ୍ୟତ କ’ଣ ହେଉଛି ତାହା ଅସ୍ପଷ୍ଟ ରହିଛି । ଫିଲ୍ମରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନ ଲିଡ୍ ରୋଲରେ ଅଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.