ସହାୟତାର ହାତ ବଢାଇଲେ ସମାଜସେବୀ ହିମାଂଶୁ ବରାଡ ଓ ଜୁନାଗଡ ସାମ୍ବାଦିକ ସଂଘ
ଜୁନାଗଡ,୮/୨: କନ୍ୟାଦାନ ଏକ ମହତ ଦାନ । ଏପରି କାର୍ଯ୍ୟ ପୂର୍ବ ଜନ୍ମର ସ୍ବିକୃତ ଫଳରେ ସମ୍ଭବ ହୋଇଥାଏ । ଦୁଇ କୂଳର ହିତା ଯୋଗୁଁ ଝିଅଟିଏ ସମସ୍ତଙ୍କ ପ୍ରିୟ ହୋଇଥାଏ । ଆଜି ବସ୍ତୁବାଦି ସମାଜରେ ଝିଅର ବିବାହ କରିବାକୁ ଅନେକ ଖର୍ଚାନ୍ତ ହେବାକୁ ପଡେ । ପିତା ମାତାଙ୍କୁ ଚିନ୍ତା ମାଡିଆସେ । କିନ୍ତୁ ଯେହେତୁ ଝିଅଟିଏ ସମସ୍ତଙ୍କର ତେଣୁ ତା’ପ୍ରତି ସହଯୋଗର ହାତ ଲମ୍ବିଥାଏ । ବିବାହ ସଂସ୍କାର ଏକ ସାମାଜିକ ସଂସ୍କାର । ଜଣେ ଝିଅର ବିବାହ ପାଇଁ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା କଳାହାଣ୍ଡିର ଏକ ପ୍ରାଚୀନ ପରଂପରା । ଆଧୁନୀକତାର ମାୟାରେ ବାୟା ହୋଇ ଆଜି ଆମେ ଆମର ସହଯୋଗୀ ମନୋଭାବକୁ ଭୂଲିବାକୁ ବସୁଥିବାବେଳେ, ସମାଜ ପ୍ରତି ଆମର କର୍ତବ୍ୟକୁ ମନେ ପକାଇ ଦେବାସହ ଏକ ଝିଅ ପ୍ରତି ସମାଜର ଭଲପାଇବାକୁ ଉଦ୍ଜିବିତ କରାଇବାରେ ସକ୍ଷମ ହୋଇଛନ୍ତି ସମାଜସେବୀ ହିମାଂଶୁ ବରାଡ ଓ ଜୁନାଗଡ ସାମ୍ବାଦିକ ସଂଘ । ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏକ କୁମାରୀ କନ୍ୟାର ପରିବାରକୁ ଆର୍ଥିକ ସହଯୋଗର ହାତ ବଢେଇଥିବାରୁ ଏମାନଙ୍କୁ ବିଭିନ୍ନ ମହଳରୁ ପ୍ରଶଂସା କରାଯାଉଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଜୁନାଗଡ ମାଧ୍ୟମ ପଡ଼ାରେ ବାସ କରନ୍ତି ସତ୍ୟ ବାରିକ । ପେଶାରେ ଜଣେ ଡ୍ରାଇଭର । ୭୫ ବର୍ଷ ବୟସରେ ମଧ୍ୟସେ କାର୍ଯ୍ୟରତ । ଜୀବନକୁ ପାଖରୁ ଅନୁଭବ କରିଛନ୍ତି । ତାଙ୍କର ଅଳିଅଳ ଝିଅ ଜ୍ୟୋତି । ଗେଲ ବସରରେ ବଢି ଆସିଥିବା ଜ୍ୟୋତି ବିବାହ କରିବ ଆସନ୍ତା ମାର୍ଚ ୮ ତାରିଖରେ । ତେଣୁ ଜ୍ୟୋତିର ଉଜ୍ଜଳ ଭବିଷ୍ୟତ ଓ ମଙ୍ଗଳମୟ ବିବାହ ଶୁଭେଚ୍ଛା ଜଣାଇ କିଛି ଆର୍ଥିକ ସହଯୋଗ କରିଛନ୍ତି ସମାଜସେବୀ ହିମାଂଶୁ ବରାଡ ଓ ଜୁନାଗଡ ସାମ୍ବାଦିକ ସଂଘ ।
ଜୁନାଗଡ଼ରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube