ନୂଆପଡା,୮/୨: ନୂଆପଡା ଜିଲ୍ଲା ଖରିଆର ରୋଡ ସହରରେ ସକ୍ରିୟ ହେବାକୁ ଯାଉଥିବା ଏକ ନୂତନ ଡକାୟତ ଗ୍ୟାଙ୍ଗ ପୋଲିସ ହାବୁଡ଼ରେ ଧାରା ପଡିଛନ୍ତି । ଧାରା ପଡି ଥିବା ଅଭିଯୁକ୍ତଙ୍କ ନାଁରେ ପୋଲିସ ପାଖରେ ପୂର୍ବ ରେକର୍ଡ କିଛି ନାହିଁ । ଏହି ଡକାୟତ ଗ୍ୟାଙ୍ଗ ଭିତରୁ ଜଣେ ହେଉଛନ୍ତି ଖରିଆର ରୋଡ ସହର ସ୍ଥିତ ଆଇଟିଆଇ ଛାତ୍ର ।
(ବ୍ରିଜ ଦାସ ପେନକା, ଅଭିଯୋଗକାରୀ)
ଏଠାରେ ସୂଚନା ଯୋଗ୍ୟ ଯେ ଗତ ୩ ତାରିଖରେ ଭୋଥା ଗ୍ରାମର ବ୍ରିଜ ଦାସ ପେନକା (୪୨) ନାମକ ବ୍ୟକ୍ତି ତାଙ୍କର ମୋଟରସାଇକେଲ ପଲସର (OD 26 – 3104) ଯୋଗେ ନିଜର ଘର କୁ ରାତି 8 ଟା ରେ ଫେରୁଥିବା ସମୟରେ ଖରିଆର ରୋଡ ଚାଲମୁଡାର ଗୋଶାଳା ଛକ ଠାରେ ଅଚାନକ ୩ ଜଣ ଯୁବକ ତାଙ୍କ ଘେରି ଲାଠି ରେ ମାଡ ମାରିଲେ ଓ ତାଙ୍କ ମୋଟର ସାଇକେଲ, ୨ ଟି ମୋବାଇଲ ଫୋନ ଓ ପର୍ସ କୁ ଜୋର ଜବରଦସ୍ତି ଛଡାଇ ନେଇ ପଳାଇ ଯାଇଥିଲେ ।
ଏହାକୁ ନେଇ ବ୍ରିଜ ଦାସ ପେନକା ଖରିଆର ରୋଡ ଥାନା ରେ ଏତଲା ଦେଇ ଥିଲେ । ଏତଲା ପରେ ଖରିଆର ରୋଡ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ସାଙ୍ଗେ ସାଙ୍ଗେ ଘଟଣାର ତଦନ୍ତ କରି ସ୍ଥାନୀୟ ବନକା ର ସତ୍ୟନାରାୟଣ ବିଭାର (୧୯), ପିଡବ୍ଲୁଡି ପଡାର ଛୋଟୁ ରାଉତ (୧୯) ଓ ହେମସାଗର ଦାସ (୨୧)ଙ୍କୁ ଗତକାଲି ମଧ୍ୟ ରାତ୍ରରେ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛନ୍ତି ବୋଲି ଜଣାପଡିଛି ।
ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube