ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ଜଣେ ଜଣାଶୁଣା ଲେଖିକା, ସାହିତ୍ୟିକା ତଥା ଦୈନିକ ଖବରକାଗଜ “ଆଜିକାଲି” ର ସହ-ସମ୍ପାଦିକା ସୁଶାନ୍ତି ମହାନ୍ତିଙ୍କର କରୋନାରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ବାଲେଶ୍ୱରର ଯୁଗଶ୍ରୀ ଯୁଗନାରୀ, ଆମ ନ୍ୟୁଜ, ଚନ୍ଦ୍ରଭାଗା ଆଦି ସାହିତ୍ୟ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ସ୍ବର୍ଗତ ମହାନ୍ତି ବାଲେଶ୍ୱର ଜିଲ୍ଲାରେ ଜଣେ ମିଷ୍ଟଭାଷୀ, ନ୍ୟାୟପ୍ରିୟ ଓ ପରୋପକାରୀ ମଣିଷ ଭାବେ ବେଶ ଜଣାଶୁଣା ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ପରିବାରବର୍ଗ, ଆତ୍ମୀୟସ୍ଵଜନଙ୍କ ଦ୍ଵାରା ଗଭୀର ଶୋକ ବ୍ୟକ୍ତ କରାଯାଇଛି।