ରାସନ କେନ୍ଦ୍ରରେ ପ୍ରବଳ ଭିଡ଼: ଲୋକେ ଚେତୁନାହାନ୍ତି

ଜାଣି ଶୁଣି ଯଦି ଲୋକେ ଅମାନିଆ ହେବେ ତେବେ କିଏ କାହାକୁ ଜଗିବ

କୋରାପୁଟ: ରାଜ୍ୟବ୍ୟାପୀ କରୋନାର ଦ୍ଵିତୀୟ ଲହରୀ ଲାଗିରହିଥିବା ବେଳେ କୋରାପୁଟରେ ମଧ୍ୟ ଧିରେଧିରେ ସଂକ୍ରମଣ ବଢିବାକୁ ଲାଗିଛି। ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଯେଉ ସବୁ ନିୟମ ପ୍ରଣୟନ କରିଛନ୍ତି ସବୁକୁ ଲୋକେ ଠିକ ଭାବରେ ପାଳନ କରୁନଥିବା କୋରାପୁଟର ହାଉସିଂ ବୋର୍ଡ କଲୋନୀ ସ୍ଥିତ ଅସ୍ଥାୟୀ ଭାବେ ଚାଲୁଥିବା ରାସନ ବଣ୍ଟନ କେନ୍ଦ୍ରର ଜନଗହଳିପୂର୍ଣ୍ଣ ଦୃଶ୍ୟ ଦେଖିଲେ ସ୍ପଷ୍ଟ ଅନୁମାନ କରିହେଉଛି। ଚଳିତ ବର୍ଷର ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟ ଲକଡାଉନରେ ରହିଛି।ବି.ପି.ଏଲ୍. କାର୍ଡଧାରୀ ଲୋକଙ୍କୁ ରାସନ ଦେବାକୁ ଏଠାରେ ବ୍ୟବସ୍ଥା କରାଯାଇଛି କିନ୍ତୁ ଏଠାରେ ସାମାଜିଜ ଦୂରତା ମାନୁ ନାହାନ୍ତି ଲୋକେ। ଆଜି ସ୍ଥାନୀୟ କିଛି ବୁଦ୍ଧିଜୀବୀ ଏହି ଭିଡ଼କୁ ଦେଖି ସାମାଜିକ ଦୂରତା ରଖିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ ହିତାଧିକାରୀମାନେ କର୍ଣ୍ଣପାତ କରୁନଥିବା ଦେଖା ଦେଇଅଛି। ସପ୍ତାହନ୍ତ ସଟଡାଉନ ଭିତରେ ଆଜି ଏହି ରାସନ ପ୍ରଦାନ କରିବାକୁ ଯାଇ ପ୍ରଶାସନ କିଭଳି ପରିଚାଳନା କରିଛି ଦେଖିଲେ ବାରି ହେଇ ପଡୁଛି। ଅନ୍ୟ ପକ୍ଷରେ ଲୋକେ ଜାଣି ଶୁଣି ଯଦି ଅମାନିଆ ହେବ ତେବେ କିଏ କାହାକୁ ଜଗିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.