ଗାଁକୁ ଯାଇ ମୃତ୍ୟୁର କାରଣ ଖୋଜିବା ଆରମ୍ଭ କଲେ ରାଜସ୍ୱ, ସ୍ୱାସ୍ଥ୍ୟ ଓ ପୋଲିସ ବିଭାଗର ଅଧିକାରୀ ବୃନ୍ଦ
ଡେରାଡୁନ୍: ମାତ୍ର ୨ ସପ୍ତାହ ମଧ୍ୟରେ ଉତ୍ତରାଖଣ୍ଡ ରୋରକୀ ଜିଲ୍ଲାର ଲିବେରହେରି ଗାଁର ୩୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ମୃତକମାନଙ୍କ ଶରୀରରେ କରୋନା ସଂକ୍ରମଣରେ ଆକ୍ରାନ୍ତ ହେବା ପରେ ଦେଖାଯାଉଥିବା ଲକ୍ଷଣ ମାନଥିଲା। କିନ୍ତୁ ସେମାନେ କୌଣସି ପ୍ରକାରର ପରିକ୍ଷା କରି ନଥିଲେ। ଏହି ଲକ୍ଷଣ ଯୋଗୁ ସମସ୍ତ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଗ୍ରାମବାସୀ। ଲିବେରହେରି ଗାଁରେ କେତେ ଲୋକ ପ୍ରକୃତରେ ପ୍ରାଣ ହରାଇଛନ୍ତି, ସେକଥା କହିନି ପ୍ରଶାସନ। କିନ୍ତୁ କିଛି ଲୋକ ପ୍ରାଣ ହରାଇଥିବା ସ୍ୱୀକାର କରିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜସ୍ୱ, ସ୍ୱାସ୍ଥ୍ୟ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଗାଁକୁ ଯାଇ ମୃତ୍ୟୁର କାରଣ ଖୋଜିବା ଆରମ୍ଭ କରିଛନ୍ତି।