ନୂଆପଡା,୯/୨: ନୂଆପଡା ସହର ସ୍ଥିତ ପୋଲିସ ପଡିଆ ଠାରେ ଆଜି ବିଜେପି ପକ୍ଷରୁ ବିଧାନ ସଭା ସ୍ଥରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବିଜେପି ଓଡିଶା ରାଜ୍ୟ ସଭାପତି ତଥା ନୂଆପଡା ବିଧାୟକ ବସନ୍ତ କୁମାର ପଣ୍ଡାଙ୍କ ଅଧକ୍ଷତା ରେ ଆୟୋଜିତ ଏହି ସମ୍ମିଳନୀରେ ଏସସି ମୋର୍ଚା ଉପ ସଭାପତି ମନିଜର ଆର୍ଯ୍ୟ, ରାଜ୍ୟ ଏସଟି ମୋର୍ଚା ଉପସଭାପତି ଖାମସିଂ ମାଝୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି ସମ୍ମିଳନୀରେ ବିଜେଡି ସରକାରଙ୍କ ବିଫଳତା ଓ କୁଶାସନକୁ ନେଇ ଅନେକ ଉଦାହରଣ ଦେଇ ଜନସାଧାରଣଙ୍କୁ ମୁଖ୍ୟ ଅତିଥି ଉଦବୋଧନ ଦେଇ ଥିଲେ । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଅମିତ ସାହଙ୍କ ପ୍ରଶଂସା କରି ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ କହିଲେଯେ, ଆଜି ଭାରତରେ ଅନେକ ସାଧାରଣ ଙ୍ ପରିବାରର ମହିଳା ମାନେ ଉଜ୍ବଳା ଯୋଜନା ଦ୍ୱାରା ଲାଭାନ୍ଵିତ ହୋଇଛନ୍ତି । ବିଜେଡି ସରକାର ଓଡିଶା ରେ କେତେକ ହାତଗଣତି ଭ୍ରଷ୍ଟାଚାରୀ ପୋଲିସ ଓ ଅଫିସରଙ୍କ ବଳରେ ପିସି କରବାର ଚଲାଇ ଓଡିଶାର ବିକାଶ ନାମରେ ଅନେକ ଟଙ୍କା ଲୁଟ କରୁଛନ୍ତି ।
ନୂଆପଡା ଜିଲ୍ଲା ଗଠନ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଥିବା ଶ୍ରୀ ଘାସୀରାମ ମାଝୀଙ୍କୁ ପ୍ରସଂଶା କରି ତାଙ୍କ ପରି ମହାନ ବ୍ୟକ୍ତିତ୍ୱ ହେବା ପାଇଁ ନୂଆପଡା ବିଧାନସଭାର ବିଜେପି ଶକ୍ତି କେନ୍ଦ୍ର ପ୍ରମୁଖ, ପଞ୍ଚାୟତ ପ୍ରମୁଖ ଓ ସାଧାରଣ କର୍ମୀ ଙ୍କୁ ଆହ୍ୱାନ କରି ଥିଲେ ଓ ବିଜେପିର ବିଧାୟକ ଓ ସାଂସଦ ପାର୍ଥି ଙ୍କୁ ଜିତାଇବେ ବୋଲି ଜନତାଙ୍କ ଠାରେ ନିବେଦନ କରି ଥିଲେ ।
ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ‘ ଫିର ଏକ ବାର ମୋଦି ସରକାର’ ଓ ‘ଏଥର ବିଜେପି ଓଡିଶା’ ର ନାରା ଦେଇ ମୋଦି ସରକାର ଙ୍କ ଅନେକ ଯୋଜନାକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନା କରିଥିଲେ ।
ଏହି ସମ୍ମିଳନୀରେ ମୁନ୍ନା ମହାପାତ୍ର ମଞ୍ଚ ପରିଚାଳନା କରି ଥିଲା ବେଳେ ଅଭିନନ୍ଦନ ପଣ୍ଡା, ମୁରଲୀ ସୁନା, ଗୋଲଡ୍ଡୀ ଅଗ୍ରୱାଲ, ଦିଲ୍ଲୀପ ନିର୍ମଲକର, ପପ୍ପୁ ଠାକୁର, ମନୀଷ ତିୱାରୀ, ତୁଲସ ପଟେଲ, ପ୍ରିୟାଙ୍କ ମଣ୍ଡଳ, ଅର୍ଜୁନ ଜଗତ ତଥା ସମସ୍ତ ପଞ୍ଚାୟତ ପ୍ରମୁଖ, କର୍ମୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ ।
ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube