ତପନ କୁମାର ସାହୁଙ୍କ କବିତା : ଜୟ ମା ସରସ୍ବତୀ

ନବ ବରଷର ନବ ପ୍ରଭାତରେ
ପଖାଳ କାକର ପାଦ
ତୁମ ପାଦୋଦକ ପାନକରି ମାତ
ତୁଟି ଯାଉ ସର୍ବ ଭୀତ ।

ଆସ ଆସ ମାତ ଶ୍ୱେତ ପଦ୍ମାସନୀ
ପଦ୍ମ ପରାୟେ ରଙ୍ଗି
ଦିଅ ଆଶିଷ ପୁରାଇ କଳସ
ଅଳସ ଅହଂକାରଭାଙ୍ଗି ।

ଶୀତ ପ୍ରତ୍ୟୁଷ ରୁ ପଞ୍ଚମୀ ତୁମ
ଗାଇ ଉଠୁ ଏହି ତନୁ ମନ
ଧବଲ ଟଗର ବାସନା ଝରଇ
ଅନେକ ପୁଷ୍ପ ଗଲେ ଦୀପ୍ତିମାନ ।


ତପନ କୁମାର ସାହୁ
ରିଞ୍ଜା,କଳାହାଣ୍ଡି
ମୋ : 7328001575

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.