ରାୟଗଡା ଠାରେ ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଯାପିତ

ରାୟଗଡା,୧୦/୨ : ରାୟଗଡା ଜିଲ୍ଲା ପ୍ରଶାସନର ଆଂଚଳିକ ପରିବହନ ବିଭାଗ ଓ ଜିଲ୍ଲା ପୋଲିସ ପ୍ରଶାସନର ମିଳିତରେ ଅନୁଷ୍ଠିତ ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ୮ଟା ସମୟରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ(ଜି.ସି.ଡି) ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ନଗର ପରିକ୍ରମାରେ ବାହାରିଥିଲା । ଏହି ଶୋଭାଯାତ୍ରାରେ ଉକ୍ତ ବିଦ୍ୟାଳୟର ଏନସିସି ଉଇଙ୍ଗିର ଆର୍ମୀ ଓ ଏୟାରଉଇଙ୍ଗ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

ଜିସିଡି ସ୍କୁଲ ପରିସରରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ରାୟଗଡା ଏସଡିପିଓ ରାଜ କିଶୋର ଦାସ ଓ ସମ୍ମାନୀତ ଅତିଥି ଭାବେ ରାୟଗଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା ଯୋଗ ଦେଇ ସଡକ ସୁରକ୍ଷା ସମ୍ବନ୍ଧୀତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ । ସେହିପରି କାର୍ଯ୍ୟକ୍ରମକୁ ମୋଟର ଯାନ ନିରୀକ୍ଷକ ଶିବ ପ୍ରସାଦ ଚୋଧୁରୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିସିଡି ଉଚ୍ଚ ବିଦ୍ୟାଳୟର ଏନସିସି ଅଫିସର ଅଶାେକ କୁମାର ଦାସ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ରାୟଗଡା ଥାନା ପୋଲିସ ଏସ.ଆଇ. ଶୁଶାନ୍ତ ବେହେରା ମଂଚାସୀନ ହୋଇଥିଲେ ।

ପ୍ରକାଶ ଥାଉ କି ଗତ ସପ୍ତାହ ୪ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ଏହି ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଥିଲା । ପ୍ରଥମ ଦିନରେ ସଡକ ସୁରକ୍ଷାକୁ ନେଇ ସଚେତନତା ଉପଦେଶ ପାଇଁ ଏକ ଲଟେରୀ ଉଠାଣ ପ୍ରତିଯୋଗିତା କରାଯାଇଥିଲା । ଏଥିରେ କେ.ପୃଥ୍ୱୀରାଜ ପାତ୍ର, ରାକେଶ ବେହେରା, ହିମାଂଶୁ ପାତ୍ର ଓ ସମ୍ଭିତ ବିଶୁ ୪ଜଣ କୃତୀ ପ୍ରତିଯୋଗିଙ୍କୁ ପ୍ରଶଂସାପତ୍ର ଓ ହେଲମେଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.