ଅନ୍-ସ୍କ୍ରିନର ବାଜିରାଓ-ମସ୍ତାନୀ ହେବେ ରିଅଲ ଲାଇଫରେ ମିଷ୍ଟର୍ ଏଣ୍ଡ୍ ମିସେସ୍ ରନବୀର ସିଂ । ବେଶ୍ କିଛି ଦିନର ଡେଟିଂ ପରେ ରନବୀରଙ୍କ ନାଁ ସିନ୍ଦୁର ପିନ୍ଧିବେ ଦୀପିକା ।
ବି-ଟାଉନର ଏହି ହାଇପ୍ରୋଫାଇଲ୍ ୱେଡ଼ିଂ ଇଟାଲିର ସୌନ୍ଦର୍ଯ୍ୟପୂର୍ଣ୍ଣ ବିଲା ଦେଲ୍ ବାଲିବିୟାନେଲୋ ଲେକ୍ ରେ ଆୟୋଜିତ ହେବ । ଅନେକ ସେଲିବ୍ରିଟିଙ୍କର ୱେଡିଂ ମୋମେଣ୍ଟର ସାକ୍ଷୀ ରହିଛି ଇଟାଲିର ଏହି ସ୍ଥାନ । ବିଲା ଦେଲ୍ ବାଲିବିୟାନେଲୋ ଲେକ୍ ରେ ବିବାହ ପ୍ରସ୍ତୁତିର କିଛି ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଛାଇଯାଇଛି । ସେଠାରେ ବାହାଘର ପାଇଁ ସାଜସଜ୍ଜା ଆରମ୍ଭ ହେଲାଣି ।
ରନବୀର ଓ ଦୀପିକା ମଧ୍ୟ ଇଟାଲୀ ପହଞ୍ଚିଲେଣି । କୋଙ୍କଣୀ ଏବଂ ସିନ୍ଧି ରୀତିନୀତିରେ ଏହି ଷ୍ଟାର୍ ଦୁହିଁଙ୍କ ବାହାଘର ଶେଷ ହେବ । ପରେ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ରିସେପ୍ସନ୍ ଆୟୋଜିତ ହେବ । ଆଗାମୀ ୧୪-୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରନବୀରଙ୍କ ବାହାଘରକୁ କିଛି ନିଅର୍ ଏଣ୍ଡ୍ ଡିଅରଙ୍କ ସହ ଫେମିଲି ଫ୍ରେଣ୍ଡଙ୍କୁ ନିମନ୍ତ୍ରଣ ରହିଛି । ବଲିଉଡର କେଉଁକେଉଁ ବ୍ୟକ୍ତିତ୍ବ ଏହି ସ୍ପେଆଲ୍ ୱେଡ଼ିଂରେ ସାମିଲ ହେବେ, ତାକୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସାହ ଭରିରହିଛି ।