ବାଗପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ : ଲଇତରା ଚଂପିୟନ

କଳାହାଣ୍ଡି,୧୦/୨: ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ପଞ୍ଚାୟତ ହାଇ ସ୍କୁଲ ଖେଳ ପଡିଆଠାରେ ଚାଲିଥିବା ସେକେଣ୍ଡ ଡେ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାପନ ହୋଇଯାଇଛି । ଫାଇନାଲ ଖେଳ ଲଇତରା ଓ ଡଙ୍ଗାପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ପେନାଲଟି ଗୋଲ ମାଧ୍ୟମରେ ଲଇତରା ଦଳ ବିଜୟୀ ହୋଇଥିଲା ।

ଉଦଜାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅଞ୍ଚଳର ଜଣାସୁଣା ଯୁବ ନେତୃତ୍ବ ମନ୍ମୟ ଚାନ୍ଦ ଓ ସମ୍ମାନୀତ ଅତିଥି ଭାବେ ଜନପ୍ରିୟ ସମାଜସେବୀ ପଦ୍ମ ଲୋଚନ ଜାଲ ଯୋଗଦେଇ ଗ୍ରାମାଞ୍ଚଳ କ୍ରିଡାର ପୃଷ୍ଠଭୂମୀ, କ୍ରିଡା ଓ କ୍ରିଡାବିତଙ୍କ ଗୁରୁତ୍ବ, ଏକ ପ୍ରତିଷ୍ଠିତ ଓ ବିକାଶଶିଳ ସମାଜ ନିର୍ମାଣ କ୍ଷେତ୍ରରେ ଯୁବକ ମାନଙ୍କ ଭୂମିକା ଉପରେ ଆଲୋକପାତ କରିବାସହ କ୍ରିଡାବିତ ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ବାଗପୁର ଗୌନ୍ତିଆ ଦୋଳଚନ୍ଦ୍ର ବାଗଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ନର୍ଲା ନିର୍ବାଚନୀ କ୍ଷେତ୍ରରେ କ୍ରିଡାର ଗତି : ଏକ ଦୃଷ୍ଟିପାତ

ଏଠାରେ ସୂଚନାଯୋଗ୍ୟଯେ ବାଗପୁର ଠାରେ ଗାଁର ଯୁବକ ମାନଙ୍କ ଉଦ୍ୟମ କ୍ରମେ ପ୍ରତିବର୍ଷ ଫୁଟବଲ ଓ ବିଭିନ୍ନ ପ୍ରକାର କ୍ରିଡା ଉତ୍ସବର ଆୟୋଜନ କରାଯାଇଥାଏ । ସେହିପରି ଭାବରେ ବ୍ଲକ ଓ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ବର୍ଷ ସାରା କ୍ରିଡା ପ୍ରତିଯୋଗିତା ସବୁ ଆୟୋଜିତ ହୋଇ ଆସୁଥିବାବେଳେ ସ୍ଥାନୀୟ ବିଧାୟକ କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଜନ ଅସନ୍ତୋଷ ଲାଗି ରହିଛି । କ୍ରିଡା ଭିତ୍ତିଭୂମୀର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅର୍ଥ ପ୍ରାବିଧାନ କରୁଥିବାବେଳେ ନର୍ଲା ନିର୍ବାଚନ ମଣ୍ଡଳୀରେ ଏହା ଏକ ବ୍ୟତିକ୍ରମ ଭାବେ ଉଭାହୋଇଛି ।
ଖେଲାଳି ମାନଙ୍କ ପାଇଁ ପଡିଆର ଅଭାବ ରହୁଥିବାବେଲେ ନର୍ଲା, କର୍ଲାମୁଣ୍ଡା ଓ ମ ରାମପୁର ହେଡକ୍ବାଟର ଛଡା ଗ୍ରାମାଞ୍ଚଳ ମାନଙ୍କରେ ଉନ୍ନତ ମାନର ଖେଳ ପଡିଆ ସବୁ ନିର୍ମାଣ ହୋଇ ପାରିଲାନାହିଁ । ଏହି ଅଞ୍ଚଳରେ ଅନେକ କୃତି କ୍ରିଡାବିତ ପ୍ରୋତ୍ସାହନ ଅଭାବରୁ ଆଗକୁ ବଢିପାରୁ ନାହାନ୍ତି । ଏଥିପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.