କଳାହାଣ୍ଡି,୧୦/୨: ଲାଂଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଠାରେ ଶେଷ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ସରପଞ୍ଚ କୁନି ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସଂଘ ସଭାପତି ତଥା ଲାଞ୍ଜିଗଡ ସରପଞ୍ଚ ଟଙ୍କଧର ମାଝୀ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଉପାଧ୍ୟକ୍ଷ ତଥା କମର୍ଦ୍ଧା ସମିତି ସଭ୍ୟ ଜଗଦୀଶ ବେନିଆ, ସମ୍ମାନିତ ଆତିଥି ଭାବେ ବରିଷ୍ଠ ନାଗରିକ ସୁଦାମ ଭୋଇ, ପ୍ରସନ୍ନ ପରିଡା, ଲାଞ୍ଜିଗଡ ପ୍ରେସ କ୍ଲବ ସଭାପତି କୈଲାସ ସାହୁ, ନାଏବ ସରପଞ୍ଚ ଖଗେଶ୍ବର ପାତ୍ର, ସରୋଜ ପଧାନ, ସାମ୍ବାଦିକ ନିରଞ୍ଜନ ଗଉଡ଼ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ପିଠା ଯୋଜନା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ମାଝୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସାମ୍ବାଦିକ ସୁଶିଲ କୁମାର ବାଗ ।