କଳାହାଣ୍ଡି/କୋକସରା, ୧୦/୨ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଳଡୁଗାଁ ଭିମସେନା, ଳଡୁଗାଁ ପକ୍ଷରୁ ଗତ ୩୧ ଜାନୁଆରୀରୁ ଆରମ୍ଭ ହୋଇଥିବା ଡକ୍ଟର ବି.ଆର୍ ଆମ୍ବେଦକର ଚାମ୍ପିଆନ୍ ଟ୍ରଫିରେ ରବିବାର ରୋୟାଲ ଟାଇଗର ଜୟପୁର ଏବଂ କଳାହାଣ୍ଡି ଟାଇଗର ଭବାନୀପାଟଣା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋୟାଲ ଟାଇଗର ଜୟପୁର କୁ ହରାଇ କଳାହାଣ୍ଡି ଟାଇଗର ଭବାନୀପାଟଣା ବିଜୟୀ ହୋଇଛି ।
ପ୍ରଥମେ ରୋୟାଲ ଟାଇଗର ଜୟପୁର ଟସ୍ ଜିଣି ଫଲଡିଙ୍ଗ୍ କରିବାର ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଙ୍ଗ୍ କରି ନିର୍ଦ୍ଧାରିତ ୨୦ ଓଭରରୁ ୧୯ ଓଭର ୩ ବଳରେ କଳାହାଣ୍ଡି ଟାଇଗର ଭବାନୀପାଟଣା ସମସ୍ତ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା । ୧୭୪ ରନ୍ ର ବିଜୟ ଲକ୍ଷ ନେଇ ଜୟପୁର ମଇଦାନକୁ ଓହ୍ଲାଇଥିଲା କିନ୍ତୁ ନିର୍ଦ୍ଧାରିତ ସମସ୍ତ ୨୦ ଓଭରଯାଏଁ ଖେଲି ୯ ୱିକେଟ ହରାଇ୍ ୧୬୪ ରନ୍ କରିବାକୁ ସକ୍ଷମ ହୋଇଥିବା ବେଲେ ୧୦ ରନ୍ କରିନପାରି ଜୟପୁର ରନର୍ସଅପ୍ ହୋଇଥିଲା ।
କଳାହାଣ୍ଡି ଟାଇଗର ଭବାନୀପାଟଣରୁ ମେନ୍ଅଫ୍ଦିଦି ସିରିଜ୍ ରାଜା ଓ ମ୍ୟାନ୍ଅଫଦି ମ୍ୟାଚ୍ ଘନ ପାଇଥିଲେ । ପୁରଷ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇ ଚାମ୍ପିଅନ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମନଙ୍କ ମଧ୍ୟରେ ଅଶୋକ ଅଗ୍ରୱାଲ, ଳଡୁଗାଁ ସରପଂଚ କହ୍ନେଇ ଚରଣ ଦାସ, ବିମଲ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ଗୁଣନିଧି ବାଗ, ଗରୁଡ ବାଗ ପ୍ରମୂଖ ମଂଚାସୀନ ଥିଲେ । ହରିଶ୍ ଗୋଏଲ୍ ଓ ଜିତେନ୍ଦ୍ର ଦାସ ଖେଳ ପରିଚାଲନା କରିଥିଲେ । ଧାରାବିବରଣୀ ଇଗ୍ରାଜୀରେ କର୍ଜନ ପାଣିଗ୍ରାହୀ ଓ ସୁଶୀଲ ମହାନନ୍ଦ, ହିନ୍ଦିରେ ବିଭୂତି ପାଣିଗ୍ରାହୀ ଓ ବାବୁଲି ଦାସ ପ୍ରଦାନ କରିଥିବା ବେଲେ ଭିମ୍ସେନା, ଳଡୁଗାଁ ର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।
ମନୋରଞ୍ଜନ ସକାଶେ ଚିୟର୍ସ ଗାର୍ଲ ସହିତ ଛତିଶଗଡି ଫ୍ଲିମ୍ ବନ୍ଧନପ୍ରିତ୍ ର ନିଦ୍ଦେର୍ଷକ ଧର୍ମେନ୍ଦ୍ର, ଅଭିନେତା/ ଅଭିନେତ୍ରି ରିଆ ଖାନ, ପ୍ରଜ୍ଞା ବିଶ୍ୱକର୍ମା, ମହିର ଖାନ, ଥାପା ହନ୍ଦିପ ସିଂ, ପ୍ରଯୋଜକ ଦେବେନ୍ଦ୍ର ପ୍ରମୂଖ ଯୋଗଦେଇଥିବା ବେଲେ ୩୦ ହଜାର ରୁ ଅଧିକ ଦର୍ଶକ କ୍ରିଡାର ମଜା ନେଇଥିଲେ।