ଶ୍ରଦ୍ଧାଞ୍ଜଳୀ ପଣ୍ଡାଙ୍କ କବିତା : କାଳୀୟ ଦଳନ

ଅବନୀର ଭାର ଉଶ୍ବାସୀବା ପାଇଁ
ମାନବ ରୂପରେ ହେ ନାରାୟଣ
ଦେବତା ଅସୁର ନର, ବା କିନ୍ନର
ସଭିଙ୍କର ଗର୍ବ ପ୍ରଭୁ କଲ ଖଣ୍ଡନ ।

କାଳୀୟ ହ୍ରଦରେ କାଳି ନାମେ ସର୍ପ
ବାସ କରିଥିଲା ନିର୍ଭୟ ଚିତ୍ତେ
ତା ବିଷ ଜ୍ୱଳାରେ ଦୂଷିତ ଜଳକୁ
ପିଇ ଜୀବ ଯନ୍ତୁ ମରନ୍ତି କେତେ ।

କାଳିର ଅନୀତି ନ ସହି ଶ୍ରୀପତି
ଜଳ ଭିତର କୁ ଡିଆଁ ମାରିଳେ
କୋପଭରେ କାଳି ମନେ ଚିନ୍ତା କରେ
କି ଶବ୍ଦ ଶୁଭିଲା ମୋହରି ଜଳେ ।

ଶ୍ରୀକୃଷ୍ଣ କୁ ଦେଖି ତାର ଫଣା ଟେକି
କୋମଲ ଚରଣେ କଳା ଦଂଶନ
ଗରଳ ଉଦ୍ଗାରି ନିବିଡ଼ ଭାବରେ
ଶରୀରକୁ ଛନ୍ଦି ଦେଲା ତକ୍ଷଣ ।

ନାଗ ବନ୍ଦନକୁ ଫିଟାଇବା ପାଇଁ
ଶରୀରକୁ ବଢାଇଳେ ଗୋବିନ୍ଦ
ସମ୍ଭାଳି ନାପାରି ଜଳ ମଧ୍ୟେ କାଳୀ
ରସନା ବୁଲାଇ କରେ ଶବଦ ।

ମାୟାରେ ଶ୍ରୀପତି ନାନାରଙ୍ଗେ ଖେଳି
କାଳୀୟର ଶିର ପରେ ଉଠିଲେ
ତ୍ରିଭଙ୍ଗି ଛନ୍ଦରେ ପାଦକୁ ଛନ୍ଦିଣ
ତାଣ୍ଡବ ରସେ ନୃତ୍ୟ ଆରମ୍ଭିଲେ ।

ପ୍ରାଣ ବିକଳରେ କାଳୀୟ ସର୍ପ ଯେ
ଶ୍ରୀକୃଷ୍ଣଙ୍କ ପାଦେ ଗଲା ଶରଣ
କଣ୍ଠ ରୁଦ୍ଧସ୍ଵରେ କୁହଇ ଆକୁଳେ
ମୋ ଜୀବନ ରଖହେ ଭଗବାନ ।

ସର୍ପବାଳୀ ମାନେ ସ୍ତୁତିକରି ମନେ
ସ୍ୱାମୀର ଜୀବନ ଭିକ୍ଷା ମାଗିଲେ
ଭକ୍ତିଭାବ ଜାଣି ଭାବଗ୍ରାହୀ ତେଣୁ
ପ୍ରହାର ଛାଡି ଉଶ୍ୱାସ ହୋଇଲେ ।

କୃଷ୍ଣ ଆଜ୍ଞା ପାଇ ସ୍ୱକୁଟୁମ୍ବ ନେଇ
କାଳୀୟ ନିଜର ପୁରକୁ ଗଲା
ଗର୍ବ ଭଙ୍ଗ କରି ଜଗତେ ତୁମର
କାଳୀୟ ଗଞ୍ଜନ ନାମ ରହିଲା ।

ଶ୍ରଦ୍ଧାଞ୍ଜଳି ପଣ୍ଡା

ବୀରମହରାଜପୁର,
ସୋନପୁର
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.