ଗାଜିଆବାଦ,୧୨/୨: ବର୍ତମାନ ସମାଜରେ ବାଳ ଅପରାଧ ବଢିବାକୁ ଲାଗିଛି, ଯାହା ଏକ ସୁସ୍ଥ ସମାଜ ପାଇଁ ଆଦୌ ପରିପନ୍ଥି ନୁହଁ । ଗାଜିଆବାଦର ଏକ ଘଟଣା ଏବେ ଚର୍ଚାର ପରିଷରକୁ ଆସିଛି । ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ କରିବା ଅଭିଯୋଗରେ ଜଣେ ୧୫ ବର୍ଷୀୟ ନାବାଳକକୁ ଗିରଫ କରିଛି ପୁଲିସ୍। ଗାଜିଆବାଦ୍ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସିହାନୀ ଗେଟ୍ ଥାନା ଅଞ୍ଚଳର ଏକ କଲୋନିରେ ରହୁଥିବା ଜଣେ ନାବାଳକ ଗତ କିଛି ଦିନ ହେବ ତାକୁ ହଇରାଣ ହରକତ କରି ଆସୁଥିଲା। ନାବାଳିକା ଯେତେବେଳେ ଘରୁ ବାହାରେ,ତା’କୁ ଅଶ୍ଳୀଳ ଇଙ୍ଗିତ କରୁଥିଲା ୧୫ ବର୍ଷୀୟ ନାବାଳକ। ଛାତ୍ରୀଜଣକ ଏ ସଂପର୍କରେ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦେଇଥିଲା। ତା’ପରେ ଘର ଲୋକେ ଅଭିଯୁକ୍ତ ବାଳକର ବାପା ମାଆଙ୍କୁ ଏ ବିଷୟରେ କହିଥିଲେ,କିନ୍ତୁ ସେଥିପ୍ରତି ଧ୍ୟାନ ଦେଇନଥିଲେ ଘର ଲୋକେ।