କାଉଡୋଲା ଦୂର୍ଘଟଣା : ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

କୋକସରା,୧୨/୨: ଜୟପୁର ଭବାନୀପାଟଣା ଜାତୀୟ ରାଜପଥ ୨୬ କାଉଡଲା ଠାରେ ଆଜି ଏକ ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ଯୁବରାଜ ମାଝୀ (୪୦)ଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶଯେ OD-15-G-8034 ନମ୍ବର ଟ୍ରକ ଜୟପୁର ପଟରୁ ଆସୁଥିବା ବେଳେ CG 07 LB 9954 ବାଇକ ଟି ଲଡ଼ୁଗାଁ ପଟରୁ ଆସୁଥିବା ସମୟରେ ଧକ୍କା ହୋଇଥିଲା ।
ଅନ୍ୟ ଦୁଇ ଜଣ ବାଇକ ଚାଳକ ପୁସ୍ତମ ମାଝୀ ଓ ମଞ୍ଜିତ ବାଗ ଅଳ୍ପକେ ବର୍ତ୍ତୀ ଯାଇ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଛନ୍ତି ।

ସୂଚନା ଯୋଗ୍ୟଯେ ଏହି ସ୍ଥାନ ଦୁର୍ଘଟଣା ପ୍ରବଣ ଜାଗା ହିସାବରେ ପ୍ରଶାସନକୁ ବାରମ୍ବାର ସ୍ଥାନୀୟ ଲୋକେ ଜଣେଇବା ସତ୍ତ୍ବେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି ।
ଟ୍ରକ ଚାଲକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି କୋକସରା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.