ଜାତିସଂଘ ସେକ୍ରେଟାରୀ ଜେନେରାଲଙ୍କ ବୟାନ
ବର୍ତ୍ତମାନ ଡିଜିଟାଲ ଯୋଗାଯୋଗ ଦୁନିଆ ହୋଇଥିଲେ ସୁଦ୍ଧା ରେଡିଓ ଏକ ଶକ୍ତିଶାଳୀ ମାଧ୍ୟମ ରୂପେ ପ୍ରମାଣିତ ହୋଇଛି ବୋଲି ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନୀଓ ଗୁଟେରସ ମତ ପ୍ରକାଶ କରିଛନ୍ତି।
ଅଷ୍ଟମ ବିଶ୍ଵ ରେଡିଓ ଦିବସ ଅବସରରେ ତାଙ୍କ ବାର୍ତ୍ତାରେ ସେ କହିଛନ୍ତି ଯେ, ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡିଓ ଅଧିକ ଲୋକଙ୍କ ନିକଟରେ ପହଞ୍ଚିପାରିଛି। ଏହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ସହ ମୁଖ୍ୟ ତଥ୍ୟ ବିଷୟରେ ପ୍ରଚାର ପ୍ରସାର କରିଥାଏ।
ଏହା ହେଉଛି ଏକ ବ୍ୟକ୍ତିଗତ ତଥା ବାର୍ତ୍ତାଳାପ କରିବାର ମାଧ୍ୟାମ ଓ ଏହା ଦ୍ଵାରା ଲୋକେ ନିଜର ଆପତ୍ତି, ଅଭିଯୋଗ ସହ ମତ ବିନିମୟ କରିଥାନ୍ତି। ଯୁଦ୍ଧ ପ୍ରଭାବିତ ଲୋକଙ୍କୁ ସୂଚନା ପ୍ରଦାନ କରିବା ସହ ଲୋକଙ୍କୁ ସଶକ୍ତ କରିବା ଦିଗରେ ରେଡିଓ ଏକ ପ୍ରମୁଖ ମାଧ୍ୟମ ବୋଲି ସେ କହିଛନ୍ତି।