କରୋନା ସମୟରେ ଯୋଗ ଓ ଆୟୁର୍ବେଦର ଭୂମିକା ସମ୍ପର୍କରେ ଅନଲାଇନ ବୈଠକ

କଟକ: କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ) ଆନୁକୂଲ୍ୟରେ କରୋନା ସମୟରେ ଯୋଗ ଓ ଆୟୁର୍ବେଦର ଭୂମିକା ସମ୍ପର୍କରେ ଅନଲାଇନ ଆଲୋଚନା ଚକ୍ର ପତଞ୍ଜଳୀ କିଶାନ ସେବା ସମିତି ଓଡ଼ିଶା ରାଜ୍ୟ ପ୍ରଭାରୀ ଡାକ୍ତର ସୋୟନ ପ୍ରକାଶ ଦ୍ୱେତକ ରଂଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଶାରିରୀକ ଓ ମାନସିକ ସୁସ୍ଥତା ଉପରେ ଯୋଗ ଏବଂ ଆୟୁର୍ବେଦର ଭୂମିକା, କରୋନା ରୋଗର ଲକ୍ଷଣ, ସୁରକ୍ଷିତ ରହିବାର ନିୟମାବଳୀ, ଉପଯୁକ୍ତ ଖାଦ୍ୟପେୟ, ସତର୍କତା, ବ୍ୟାୟାମ, କରଣୀୟ ଅକରଣୀୟ,କରୋନା ସଚେତନତା, କରୋନା ସମୟରେ ରୋଗୀ ସେବା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ପରିଷଦର ସଭାପତି ଯୁବସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବାବେଳେ ବହୁ କର୍ଯ୍ୟକର୍ତା ଅଂଶଗ୍ରହଣ କରି ଆଲୋଚନାକୁ ସଫଳ କରିବାସହ ଗ୍ରାମାଞ୍ଚଳରେ ସାଧାରଣ ଜନତାଙ୍କ ପାଖରେ ସଚେତନତାର ମହନୀୟ ବାର୍ତ୍ତା ପ୍ରଚାର କରିଚାଲିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.