କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଅନ୍ତିମ ସକ୍ରାର ସଂପନ୍ନ ହୋଇଛି । ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ତାଙ୍କ ବାସଭବନ ବସନଗୁଡ଼ିକୁ ନିଆଯାଇଥିଲା । ସେଠାରୁ ରାଜ୍ୟ ଭାଜପାର ମୁଖ୍ୟାଳୟ ମଲ୍ଲେଶ୍ୱରରେ ଥିବା ଜଗନ୍ନାଥ ଭବନ ନିଆଯାଇଥିଲା । ସେଠାରେ ଦୀର୍ଘ ଏକଘଣ୍ଟା ଧରି ରଖାଯାଇଥିଲା । ଭାଜପାର ବଡବଡ ନେତୃବର୍ଗଆସି ତାଙ୍କ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ମଙ୍ଗଳବାରଅନୁଷ୍ଠିତ କ୍ୟାବିନେଟର ବିଶେଷ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ସଦସ୍ୟ ଦୁଇ ମିନିଟ ନିରବ ପ୍ରାର୍ଥନା କରି ଅନନ୍ତ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବେଙ୍ଗାଲୁରୁ ୟମରାଜ ଶ୍ମଶାନ ଘାଟରେ ସଂପୂର୍ଣ୍ଣ ବ୍ରାହ୍ମଣ ପରମ୍ପରା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଅନନ୍ତ କୁମାରଙ୍କ ଛୋଟଭାଇ ନନ୍ଦା କୁମାର ମୁଖାଗ୍ନି ଦେଇଥିଲେ । ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣଆଡଭାନି, ଗୃହମନ୍ତ୍ରୀ ରାଜନାଥ ସିଂ, ଭାଜପା ରାଷ୍ଟ୍ରୀୟଅଧ୍ୟକ୍ଷଅମିତ ଶାହ, ପ୍ରଦେଶ ଭାଜପାଅଧ୍ୟକ୍ଷ ୟେଦୁରପ୍ପା, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ରବିଶଙ୍କର ପ୍ରସାଦ, ଧର୍ମେନ୍ଦ୍ର ପ୍ରଧାନ, ପିୟୁଷ ଗୋଏଲ, ମହେଶ ଶର୍ମା, ବିଜୟ ଗୋଏଲ, ସଽାନନ୍ଦ ଗୋଡ଼ା ପ୍ରମୁଖ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
୫୯ ବର୍ଷିୟ ଅନନ୍ତ କୁମାର ସୋମବାର ସକାଳେ ଶ୍ରୀ ଶଙ୍କରା କ୍ୟାନସର ହସପିଟାଲଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅକ୍ଟୋବରରେ ୟୁଏସ ଏବଂ ଇଂଲଣ୍ଡରୁ ଚିକିତ୍ସିତ ହୋଇ ଫେରିବା ପରେ ଏଠାରେ ଭର୍ତ୍ତି ହୋଇଥିଲେ ।
ଅନନ୍ତ କୁମାର ୧୯୫୯ ମସିହା ଜୁଲାଇ ୨୨ରେ ଜନ୍ମ ହୋଇଥିବା ବେଳେ ୧୯୯୬ରୁ ବେଙ୍ଗାଲୁର ସାଉଥ ଲୋକସଭା ଆସନରୁ କ୍ରମାଗତ ଭାବେ ୬ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ମୋଦି ସରକାରରେ ତାଙ୍କୁ ରସାୟନ ମନ୍ତ୍ରୀ ପଦ ମିଳିଥିଲା । ମୂଳରୁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବ ସଂଘ ସହ ଜଡିତ ଥିଲେ । ଛାତ୍ର ରାଜନୀତିରୁ ଆସି ସେ ବିଜେପିରେ ସାମିଲ ହୋଇଥିଲେ ।