ବିଜେଡିର ପଞ୍ଚାୟତ ସ୍ତରୀୟ ୱାର୍ଡ କମିଟି ସମ୍ମିଳନୀ

ଟିଟିଲାଗଡ,୧୩/୦୨: ବଲାଂଗିର ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଟିଟିଲାଗଡ ରାଜନୈତିକ ତାତିରେ ଉଷ୍ଣ ହେବାକୁ ଲାଗିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟର ମାନଙ୍କୁ କିପରି ଆକୃଷ୍ଟ କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରିବା ପାଇଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ କର୍ମୀ ମାନଙ୍କୁ ଏକଜୁଟ୍ କରିବାର ପ୍ରୟାସ ଆରମ୍ଭ କରିଛନ୍ତି ଶାସକ ଦଳ । ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମାଲିଝର୍ ଫୁଲମତୀ ପାହାଡ ପାଦ ଦେଶରେ ଥିବା ଗିରୀ ଗୋବର୍ଦ୍ଧନ ମଣ୍ଡପ ପାର୍ଶ୍ବରେ ବାଞ୍ଜିପଦର ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଶ୍ରୀଯୁକ୍ତ ବିନୋଦ ମହାକୁରଙ୍କ ସଭାପତିତ୍ବରେ ପଞ୍ଚାୟତ ସ୍ତରୀୟ ୱାର୍ଡ କମିଟି ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଶ୍ରୀଯୁକ୍ତ ହୃଷିକେଶ ମହାକୁର ସଭା ପରିଚାଳନା କରିଥିଲେ ।

ଉକ୍ତ ସମ୍ମିଳନୀରେ ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନୀ ସାହୁ, ବ୍ଲକ ଅଧ୍ୟକ୍ଷା ରମାକାନ୍ତୀ ପୁଟେଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତା ବିଶି, ସ୍ଥାନୀୟ ସରପଞ୍ଚ ନବ କିଶୋର ନାଏକ, ମହିଳା ନେତ୍ରୀ ମୈତ୍ରୀ ସାହୁ, ପଞ୍ଚାୟତ ପ୍ରଭାରୀ ରୁଟୁ ବାଗ ପ୍ରମୁଖ ଯୋଗଦେଇ ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ସମସ୍ତଙ୍କୁ୍ ଅବଗତ କରାଇବା ସହିତ ସମସ୍ତେ ଏକ୍ ହୋଇ ବିଜେଡି ସରକାରଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ସମସ୍ତ ଙ୍କୁ ଆହ୍ବାନ କରିଥିଲେ । ପଦୁଲାଭ ପୋଢ, ସୁବଲ ବାଗ, ନୃପ ବିଶି, ନିରାକାର ବିଶି, ତିମଥି ନାଗ, ଡମ୍ବରୁ ନାଗ, ଭୂବନ ଭୋଇ, ତିର୍ଥ ଭାଟି, ରଜନୀ ଗଡତ୍ୟା, ପଣ୍ଡୁ ହାତୀ, ଲଳିତ ପୋଢ, ତ୍ରିନାଥ ଧରୁଆ, ପିଙ୍କୁ ପ୍ରଧାନ ପ୍ରମୁଖ ୱାର୍ଡ କମିଟି ସଦସ୍ୟ ଓ ଅନ୍ୟାନ୍ୟ ବିଜେଡି କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

ଅପରପକ୍ଷରେ ପୁଡାପଦର ର ବଟବୃକ୍ଷ ପ୍ରାଙ୍ଗଣ ଠାରେ ଭାଲେଗାଁ ବିଜେଡି ପଞ୍ଚାୟତ ସଭାପତି ଯୁବ ନେତା ଶ୍ରୀଯୁକ୍ତ ଦେବ କଟା ଓ ଘଣ୍ଟବାହାଲି ବିଜେଡି ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ତପନ ଛତର ଙ୍କ ସଭାପତିତ୍ବରେ ଭାଲେଗାଁ ଓ ଘଣ୍ଟବାହାଲି ଗ୍ରାମ ପଞ୍ଚାୟତ ର ୱାର୍ଡ କମିଟି ସଦସ୍ୟ ମାନଙ୍କୁ ନେଇ କର୍ମୀ ସମ୍ମିଳନୀ ହୋଇଥିଲା । ଉକ୍ତ ସମ୍ମିଳନୀରେ ଶ୍ରୀଯୁକ୍ତ ଦେବସାଗର ଚନ୍ଦନ ସଭା ପରିଚାଳନା କରିଥିବା ବେଳେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ, ବ୍ଲକ ଅଧ୍ୟକ୍ଷା, ପୁର୍ବତନ ବ୍ଲକ ଅଧ୍ୟକ୍ଷା ଓ ପଞ୍ଚାୟତ ପ୍ରଭାରୀ ପ୍ରମୁଖ ଯୋଗଦେଇଥିଲେ ।ଭାଲେଗାଁ ପଞ୍ଚାୟତ ରୁ ଧନୁର୍ଦ୍ଧର ବିଶି, ସତ୍ୟବାନ୍ ବିଶି, କମଲ ରଣା, ଖିର ଝାଙ୍କର, କ୍ଷମାନିଧି ସାହୁ ଓ ଘଣ୍ଟବାହାଲି ପଞ୍ଚାୟତ ଠାରୁ ମୁରଲି ବନଛୋର, ଭାଗିରଥି ସାହୁ, ଧର୍ମେନ୍ଦ୍ର ଛତର ପ୍ରମୁଖ ୱାର୍ଡ କମିଟି ସଦସ୍ୟ ଯୋଗଦେଇ ଥିବା ବେଲେ ପଞ୍ଚାୟତ ଦ୍ବୟର ବହୁ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ  odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.