ଆମସେନା ଆଶ୍ରମରୁ ବାର୍ତ୍ତା (Visual News)

ନୂଆପଡା,୧୪/୨: ସ୍ଥାନୀୟ ଆମସେନା ଗୁରୁକୁଳ ଆଶ୍ରମ ଠାରେ ଏକ ପ୍ରେସ ମିଟ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରେସ ମିଟ ରେ ଅନୁଷ୍ଠାନର ମୁଖ୍ୟ ସ୍ୱାମୀ ଧର୍ମାନନ୍ଦ ସରସ୍ବତୀ, ସ୍ୱାମୀ ବ୍ରତାନନ୍ଦ ସରସ୍ବତୀ , ମନୁ ଦେବ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଚଳିତ ମାସ ୧୬ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଆମସେନା ଗୁରୁକୁଳ ଆଶ୍ରମ ରେ ୫୧ତମ ବାର୍ଷିକ ମହୋତ୍ସବ ଓ ଧାର୍ମିକ ମେଳା ଅନୁଷ୍ଠିତ ହେବା କୁ ଯାଉଛି । ଏହି ପ୍ରେସ ମିଟ ମାଧ୍ୟମରେ ଏହି ଅନୁଷ୍ଠାନ ସହିତ ଯୋଡି ହୋଇ ରହି ଥିବା ଅଥବା ଏହାର ପରମ୍ପରା ଓ ସଂକୃତି ସହିତ ଯୋଡି ହୋଇ ରହି ଥିବା ଆଦିବାସୀଲୋକ , ବନାଞ୍ଚଳ ଅଧିବାସୀ, ସାମାଜିକ କର୍ମୀ ଓ ଜନ ସାଧାରଣ ତଥା ସମସ୍ତଙ୍କୁ ହାର୍ଦ୍ଧିକ ସ୍ୱାଗତ କରାଯାଇଥିଲା ।

. ଆମସେନା ଗୁରୁକୁଳ ଆଶ୍ରମ ରେ ପ୍ରେସ ମିଟ, ଆୟୋଜିତ ହେବା କୁ ଯାଉଛି ୫୧ତମ ବାର୍ଷିକ ମହୋତ୍ସବ ଓ ଧାର୍ମିକ ମେଳା

ଏହି ପରିପ୍ରେକ୍ଷୀ ରେ ଆଶ୍ରମ ପକ୍ଷରୁ ଅଗ୍ର ସୂଚନା ଦିଆଯାଇଛିଯେ  ଏହି କାର୍ଯ୍ୟକ୍ରମକୁ ସ୍ୱାଭାବିକ ଭାବରେ ଅନୁଷ୍ଠାନର ସଭାପତି ତଥା ଏ.ସି.ପି ଗୃପ ଅଧ୍ୟକ୍ଷ  କେପଟେନ ରୁଦ୍ର ସେନ ସିନ୍ଧୁ ଉଦଘାଟନ କରିବେ ଓ ଅତିଥିଙ୍କ ମଧ୍ୟରେ ସ୍ୱାମୀ ଆରବୀୟସ ଅନ୍ତର୍ଜାତୀୟ ସଭାପତି ଦିଲ୍ଲୀ ରୁ ଆସିବେ ଓ ଡା. ପୂର୍ଣ୍ଣ ଚନ୍ଦ୍ର ଦାବସ ଅବସର ପ୍ରାପ୍ତ ହିନ୍ଦୀ ପ୍ରଫେସର ଚାଇନା ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଆଚାର୍ଯ୍ୟ ବୀରେନ୍ଦ୍ର କୁମାର ଶାସ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଓ ଗୁରୁକୁଳ ନ୍ୟାସ ସଚିବ, ନିୟୁଜିଲାଣ୍ଡ ରୁ ପ୍ରକାଶ ଚନ୍ଦ୍ର ରୋଏ, ନରେନ୍ଦ୍ର କୁମାର ରୋଏ ଆର୍ଯ୍ୟ ସମାଜ ସଭାପତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ର ସ୍ଥିରିକୃତ ହୋଇଛି । ପ୍ରାରମ୍ଭ ଦିନ ତା ୧୬/୨ରେ ସ୍ଥାନୀୟ ଆମସେନା ଛକ ଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ଶୋଭା ଯାତ୍ରା ଅନୁଷ୍ଠିତ ହେବ । ୧୭ ତାରିଖ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ସ୍ଥିର ହୋଇଛି । ୧୮ ତାରିଖ ଦିବା ୧୨ ଟା ବେଳେ ପୂର୍ଣ୍ଣାହୁତି ହୋଇ ଏହି ବାର୍ଷିକ ମହୋତ୍ସବ ଶେଷ କରିବେ ବୋଲି ସ୍ୱାମୀ ମନୁ ଦେବ ଆଚାର୍ଯ୍ୟ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.