ବଡମାଲରେ ଇସ୍ପାତ ଟ୍ରେନର ରହଣୀ (Visual News)

ବଲାଂଗିର,୧୪/୨: ବଲାଂଗିର ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ ବଡମାଲରେ ଆଜି ଠାରୁ ଟିଟିଲାଗଡ ହାୱାଡା ଇସ୍ପାତ ଟ୍ରେନ ରହଣୀ ଆରମ୍ଭ ହୋଇଛି । ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ଦାବି ପୁରଣ ହୋଇଥିବାରୁ ସାଧାରଣ ଜନତା ଓ ଯାତ୍ରୀମାନେ ବେଶ ଖୁସିଥିବା ପରିଳକ୍ଷିତ ହୋଇଛି । ଏଠାରେ ସୂଚନା ଯୋଗ୍ୟଯେ ବଡମାଲ ଠାରେ ଗୋଳାବାରୁଦ କାରଖାନା ଥିବାରୁ ଏଠାକାର କର୍ମଚାରୀ ମାନେ ବିଭିନ୍ନ ଅଞ୍ଚଳକୁ ଯିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ । ଇସ୍ପାତ ଟ୍ରେନ ରହଣୀ ଫଳରେ ଗୋଳାବାରୁଦ କାରଖାନାର କର୍ମଚାରୀଙ୍କ ସହ ମହାବିଦ୍ୟାଳୟ ସ୍ଥରୀୟ ଛାତ୍ରଛାତ୍ରୀ ଓ ଜନ ସାଧାରଣ ଉପକୃତ ହୋଇପାରିବେ ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.